ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା

ଇନ୍ଦୋର: ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା । ଇନ୍ଦୋରସ୍ଥିତ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଟେଲିଭିଜନ ଜବଗତର ଲୋକପ୍ରିୟ ଅଭିନେତ୍ରୀ ବୈଶାଳୀ । ପୋଲିସ ବୈଶାଳୀଙ୍କ ମୃତଦେହ ଜବତ କରିଥିବା ବେଳେ ତାଙ୍କ ଘରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି ।
‘ୟେ ରିସ୍ତା କ୍ୟା କେହଲାତା ହେ’ ଶୋ’ରୁ କ୍ୟାରିଅର ଆରମ୍ଭ କରଥିଲେ ବୈଶାଳୀ । ସୁପର ସିଷ୍ଟର, ସସୁରାଲ ସିମର କା ଭଳି ଲୋକପ୍ରିୟ ଟିଭି ଶୋ’ରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଗତ ବର୍ଷେ ହେଲା ସେ ଇନ୍ଦୋରରେ ରହି ଆସୁଥିଲେ ।