ଅଭିନେତ୍ରୀଙ୍କ ମାଆଙ୍କୁ କରୋନା, ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ

1 min read

ମୁମ୍ବାଇ: ଟେଲି ଜଗତର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମାଆଙ୍କୁ କରୋନା । ଷ୍ଟାର ପ୍ଲସର ଏକ ସୋ ଦିଆ ଅର ବାତୀ ସିରିଏଲରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଏହି ଅଭିନେତ୍ରୀଙ୍କ ମାଆ ଏବେ କରୋନା ସଂକ୍ରମିତ ହୋଇଛନ୍ତି । ସେ ମୁମ୍ବାଇରେ ଥିବା ବେଳେ ତାଙ୍କ ମାଆ ଦିଲ୍ଲୀରେ ରୁହନ୍ତି । ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ମାଆଙ୍କୁ ନେଇ ଖୁବ୍ ଚିନ୍ତିତ ଅଛନ୍ତି ।

ତେଣୁ ସୋସିଆଲ୍‌ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲକୁ ନିବେଦନ କଲେ ଟେଲି ଅଭିନେତ୍ରୀ ଦୀପିକା ସିଂହ । ନିଜ ମାଆଙ୍କ ଶୀଘ୍ର ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡିଛନ୍ତି । ଦୀପିକାଙ୍କ ମାଆଙ୍କୁ ଜ୍ୱର ନଛାଡିବାରୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟେଷ୍ଟ ହେବା ପରେ ତାଙ୍କ  କରୋନା ପଜିଟିଭ ଆସିଥିଲା । ହେଲେ ସେମାନଙ୍କୁ ହସ୍ପିଟାଲ କର୍ତ୍ତପକ୍ଷ ରିପୋର୍ଟ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ତାଙ୍କ ପରିବାର ଏବେ ଚିନ୍ତାରେ ପଡିଯାଇଛନ୍ତି ।

https://www.facebook.com/deepikasinghofficialpage/videos/2978192462297022/

ରିପୋର୍ଟ ମିଳିବା ପରେ ସେ ତାଙ୍କର ଭଲ ହସ୍ପିଟାଲରେ ଚିକିତ୍ସା କରାଇବାକୁ ଚାହୁଁଛନ୍ତି । କେବଳ ସେତିକି ନୁହେଁ ରିପୋର୍ଟ ନମିଳିବାରୁ ମାଆଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ପରିବାର ସଦସ୍ୟଙ୍କ ସଂକ୍ରମଣ ଭୟ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ତେବେ ଦୀପିକା ମୁମ୍ବାଇରେ ରୁହନ୍ତି, ସେ ତାଙ୍କ ମାଆଙ୍କ ପାଖକୁ ଯାଇପାରୁନଥିବାରୁ ସୋସିଆଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Leave a Reply