ଜେଲ ଗଲେ ଟୁଟୁ ନାୟକ
1 min read
ଭୁବନେଶ୍ବର: ଗିରଫ ହୋଇ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ । ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଟୁଟୁ ନାୟକଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ଗିରଫ ପରେ ଟୁଟୁଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଟୁଟୁ ନାୟକଙ୍କ ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଛନ୍ତି JMFC କୋର୍ଟ । ଆସନ୍ତା ସୋମବାର ଜାମିନର ପୁନଃଶୁଣାଣି ହେବ । ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବାନେଇ ଗତକାଲି ଅଭିଯୋଗ ହୋଇଥିଲା । ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଟୁଟୁଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା । ତାଙ୍କ ବିରୋଧରେ ଦଫା 354, 294, 341, 323ରେ ମାମଲା ରୁଜୁ ହୋଇଛି ।