spot_img

Latest Posts

ବିବାହ ବନ୍ଧନରେ ବାନ୍ଧି ହେଲେ ଆଇପିଏଲ୍ ଧୁରନ୍ଧର

ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସର ଚାମ୍ପିୟନ ବୋଲର୍‌ ତୁଷାର ଦେଶପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜ କଲେଜ ବନ୍ଧୁ ନଭା ଗଡ୍ଡମବାରଙ୍କ ହାତ ଧରିଛନ୍ତି ତୁଷାର । ଚେନ୍ନାଇ ଟିମ୍‌ରୁ ସର୍ବାଧିକ ଉଇକେଟ୍ ହାସଲ କରି ଚର୍ଚ୍ଚାରେ ରହିଥିବା ତୁଷାର କଲେଜ ବନ୍ଧୁ ନଭା ଗଡ୍ଡମବାରଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହୋଇଛନ୍ତି। ନଭା ଜଣେ ଫ୍ୟାଶନ ଡିଜାଇନର ମଧ୍ୟ। କିଛି ଦିନ ପୂର୍ବେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ବିବାହ ପରେ ତୁଷାର ନିଜର ସୋସିଆଲ ଆକାଉଣ୍ଟରେ ଫଟୋ ଶେୟାର କରିଛନ୍ତି । ତୁଷାରଙ୍କ ବିବାହରେ ପରିବାରଲୋକଙ୍କ ବ୍ୟତିତ ବନ୍ଧୁମାନେ ଯୋଗ ଦେଇଥିଲେ। ଆଇପିଏଲ୍‌ରେ ଖେଳୁଥିବା ଷ୍ଟାର କ୍ରିକେଟର ପ୍ରଶାନ୍ତ ଶୋଲଙ୍କି, ଶିବମ ଦୁବେ, ଧବଲ କୁଲକର୍ଣ୍ଣି, ଭାବେନ ଠାକ୍କର ପ୍ରମୁଖ ନିଜ ନିଜର ସୋସିଆଲ ଆକାଉଣ୍ଟରେ ନୂଆ ଯୋଡ଼ିଙ୍କ ଫଟୋ ଶେୟାର କରିଛନ୍ତି।

୨୦୨୩ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଟାଇଟଲ ହାତେଇଥିବା ବେଳେ ତୁଷାର ନିଜର ବୋଲିଂକୁ ନେଇ ପ୍ରଶଂସିତ ହୋଇଥିଲେ। ୧୬ ମ୍ୟାଚ୍‌ରେ ସେ ୨୧ ଉଇକେଟ୍ ହାସଲ କରି ଟିମ୍‌ରୁ ସର୍ବାଧିକ ଉଇକେଟ ନେଇଥିବା ଖେଳାଳି ହୋଇଥିଲେ। ଧୋନୀ ମଧ୍ୟ ତାଙ୍କର ପ୍ରଶଂସାରେ ଶତମୁଖ ହୋଇଥିଲେ। ତୁଷାର କହିଥିଲେ- ଜଣେ ସୈନିକ ପରି, ଧୋନି ଯାହା କୁହନ୍ତି , ମୁଁ ତାଙ୍କୁ ଅନୁସରଣ କରେ । ମୁଁ ଜାଣେ ଯେ ସେ ମୋତେ କେବେ ଭୁଲ ବାଟରେ ନେବେ ନାହିଁ  ।

Latest Posts

Don't Miss