spot_img

Latest Posts

ତୁର୍କି ଭୂକମ୍ପ: ୮ମହଲା ବିଲିଡ଼ିଂର ଧ୍ୱଂସାବଶେଷରୁ ୪ଦିନ ପରେ ଜୀବିତ ବାହାରିଲା ୩ବର୍ଷର ଶିଶୁ

ଅଙ୍କର: ତୁର୍କିରେ ହୋଇଥିବା ଭୂକମ୍ପର ୪ଦିନ ପରେ  ୩ବର୍ଷର ଝିଅକୁ ଜୀବିତ ଉଦ୍ଧାର କରାଯାଇଛି । ଆୟଦା ଗୋଜଗିନ ନାମକ ଏହି ଝିଅଟି ଶୁକ୍ରବାର ହୋଇଥିବା ଏକ ଭୂକମ୍ପରେ ଇଜାମିର ସହରର ଏକ ୮ତାଲା ବିଲଡିଂର ଧ୍ୱଂସାବଶେଷ ତଳେ ଫସି ରହିଥିଲା । ଏହି ଝିଅଟିକୁ ମଙ୍ଗଳବାରଦିନ ଆମ୍ବୁଲାନ୍ସରେ ନିଆଯାଉଥିବାର ଦେଖାଯାଇଥିଲା । ଝିଅଟିକୁ ସେଠାରୁ ଜୀବିତ ଉଦ୍ଧାର କରାଯାଇଥିବା ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକ ନିଜର ଖୁସି ବ୍ୟକ୍ତି କରିଥିଲେ ।

ଗତ ଶୁକ୍ରବାର ଦିନ ଆସିଥିବା ଭିଷଣ ଭୂକମ୍ପ ପରେ ଝିଅଟି ପାଖାପାଖି ୯୧ ଘଣ୍ଟା ସେହି ଧ୍ୱଂସାବଶେଷରେ ଦବି ରହିଥିଲା । ସେହି ୮ମହଲା ବିଲଡିଂ ଭୁଶୁଡ଼ିବା ପରେ ସେଠାରୁ ପ୍ରାୟ ୧୦୭ଜଣ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା । ଯଦିଓ ଝିଅଟିର ମାଆ ଏହି ଘଟଣା ମୃତ୍ୟୁ ବରଣ କରିଛନ୍ତି । ଏବଂ ଝିଅଟିର ବାପା ଓ ଭାଇ ସେହି ସମୟରେ ବିଲଡ଼ିଂରେ ନଥିଲେ ।

ଉଦ୍ଧାରକାରୀ ନୁସରତ ଆକସୋ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନେ ଆଠ ମହଲା କୋଠାର ଧ୍ୱଂସାବଶେଷ ସଫା କରୁଥିବାବେଳେ ଝିଅଟିର କାନ୍ଦ ଶବ୍ଦ ଶୁଣିଥିଲେ। ଏବଂ ସେ କହିଛନ୍ତି ଯେ, ଝିଅଟି ବାସନ ଧୋଇବା ପାଇଁ ବେସିନ ପାଖରେ ଥିବା ଏକ ସଂକୀର୍ଣ୍ଣ ସ୍ଥାନରେ ଫସି ରହିଥିବା ଦେଖିବାକୁ ମିଳିଥିଲା। ତେବେ ଝିଅଟି ଭଲ ଅଛି ଏବଂ ସେ ତାଙ୍କ ନାଁ ମଧ୍ୟ କହିଛନ୍ତି । ଗୋଟିଏ ଦିନ ପୂର୍ବରୁ ହିଁ ଏହି ଇଜମିରରେ ତିନି ବର୍ଷର ଏବଂ ୧୪ ବର୍ଷର ଝିଅକୁ ନଷ୍ଟ ହୋଇଯାଇଥିବା କୋଠା ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏହି ସମୟରେ ତୁର୍କୀର ଏହି ତୃତୀୟ ବୃହତ୍ତମ ସହରରେ ଭୂକମ୍ପରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଥିବାବେଳେ ୧୪୪ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Latest Posts

Don't Miss