ଭୂକମ୍ପ ପୀଡ଼ିତଙ୍କୁ ମାଗଣା ଖାଦ୍ୟ ଦେଉଛନ୍ତି ଭାରତୀୟ, ରହିବାପାଇଁ ଖୋଲିଦେଲେ ପୂରା ହୋଟେଲ

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ଘଟିଥିବା ଭୂକମ୍ପ ଯୋଗୁ ୨୧ ହଜାରରୁ ଅଧିକା ଲୋକ ପ୍ରାଣ ହରାଇଲେଣି । ଏହି ଲୋକଙ୍କୁ ବିଭିନ୍ନ ଦେଶରୁ ସାହାଯ୍ୟ ସହଯୋଗ ମିଳୁଛି । ଏ ନେଇ ଭାରତ ସରକାର ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଭାରତରୁ ଏନଡିଆରଏଫ ଟିମ୍ ଯାଇ ସେଠାରେ ପହଞ୍ଚିଛନ୍ତି । ଭାରତରୁ ଅପରେସନ ଦୋସ୍ତ ଜରିଆରେ ଖାଦ୍ୟ ସାମଗ୍ରୀ, ମେଡିସିନ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ସେଠାକୁ ଯାଇଛନ୍ତି । କେବଳ ଏତିକି ନୁହେଁ ସେଠାରେ ଥିବା ଭାରତୀୟ ବି ଭୂକମ୍ପ ପୀଡ଼ିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି ।

ଏଭଳି କଠିନ ସମୟରେ ସେଠାରେ ହୋଟେଲ ବ୍ୟବସାୟ କରୁଥିବା ଦୀପେନ୍ଦ୍ର ଆଉ ପାଦେ ଆଗକୁ ବଢ଼ି ଭୂକମ୍ପ ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେଠାରେ ଦୀପେନ୍ଦ୍ରଙ୍କ ‘ନମସ୍ତେ ଇଣ୍ଡିଆ’ ନାମରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଅଛି । ସେ ହୋଟେଲର କବାଟ ଭୂକମ୍ପ ପୀଡ଼ିତଙ୍କ ପାଇଁ ଖୋଲା କରିଦେଇଛନ୍ତି । ଏବଂ ରେଷ୍ଟୁରାଣ୍ଟରେ ଖାଇବା ବି ମାଗଣା କରିଦେଇଛନ୍ତି । ଲୋକମାନେ ସେଠାରେ ରହିବା ସହ ମାଗଣାରେ ମନଭରି ଖାଦ୍ୟ ଖାଉଛନ୍ତି ।

ଦୀପେନ୍ଦ୍ର କହିଛନ୍ତି, ଭୂକମ୍ପ ସ୍ଥାନଠୁ ୨୨୦ କିମି ଦୂରରେ ତାଙ୍କ ହୋଟେଲ ଅଛି । ହୋଟେଲରେ ପ୍ରତିଦିନ ପୀଡ଼ିତମାନେ ଖାଉଥିଲାବେଳେ ୩୦ ଜଣ ରହିଛନ୍ତି । ମେଡିକାଲର ଆବଶ୍ୟକ ହେଲେ ବି ସେ ସାହାଯ୍ୟ କରୁଛନ୍ତି ।