ତୁର୍କୀ-ସିରିଆ ଭୂକମ୍ପ; ସହାୟତା ପାଇଁ ପହଞ୍ଚିଲେ ଏହି ଦେଶର ରେସ୍କ୍ୟୁ ଟିମ୍

1 min read

ତୁର୍କୀ: ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୮ ହଜାର ଛୁଇଁଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ ତୁର୍କୀରେ ୫୮୯୪ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪ ହଜାରରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ତୁର୍କୀର ଭାଇସ୍ ପ୍ରେସିଡେଣ୍ଟଙ୍କ ଷ୍ଟେଟମେଣ୍ଟ ଅନୁସାରେ ଉତ୍ତରପଶ୍ଚିମ ସିରିଆରେ ୧୨୨୦ଙ୍କ ଜୀବନ ଯାଇଥିବା ବେଳେ ୨୬୦୦ରୁ ଅଧିକ ଆହତ ହୋଇଛନ୍ତି ।

ଏହି ଭୂକମ୍ପରେ ସହାୟତା ପାଇଁ ଚୀନ୍ ପକ୍ଷରୁ ଏକ ରେସକ୍ୟୁ ଟିମ୍ ବୁଧବାର ଦିନ ତୁର୍କୀ ଏୟାରପୋର୍ଟରେ ପହଞ୍ଚିଛି । ଏହି ଟିମରେ ୮୨ ସଦସ୍ୟଙ୍କ ସହ ରେସକ୍ୟୁ କୁକୁର ଓ ବହୁ ମାତ୍ରାରେ ମେଡିକାଲ୍ ଉପକରଣ ଥିବା ଜଣାପଡିଛି ।

ସେହିପରି ଭାରତୀୟ ବାୟୁସେନାର ଦୁଇଟି ଏୟାରକ୍ରାଫ୍ଟ ତୁର୍କୀରେ ପହଞ୍ଚିଛି । ଇଣ୍‌ଡିଆନ୍ ଆର୍ମି ଫିଲ୍ଡ ହସ୍ପିଟାଲ୍ ସହ ୩୦ ବେଡ ବିଶିଷ୍ଟ ମେଡିକାଲ୍ ସୁବିଧା ରହିଥିବା ନେଇ ତୁର୍କୀର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । ପୂର୍ବରୁ ମୋବାଇଲ୍ ହସ୍ପିଟାଲ୍, ରେସ୍କ୍ୟୁ ଟିମ୍ ।  ମେଡିକାଲ୍ ଉପକରଣ, ମେଡିସିନ୍ ସହ ପ୍ରାୟ ୬ ଟନର ରିଲିଫ୍ ସାମଗ୍ରୀ ପଠାଇଛି ଭାରତ । ଏହି ଦୁଇ ଦେଶରେ ବଡ଼ ଧରଣର ଭୂକମ୍ପ ପରେ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ କହିଛି ଡବ୍ଲ୍ୟୁଏଚଓ ।

ଆମେରିକା, ଚୀନ, ଗଲଫ୍ ଷ୍ଟେଟ୍, ଋଷୀଆ, ଫ୍ରାନ୍ସ,, ଇସ୍ରାଏଲ୍ ସହ ୟୁରୋପୀୟ ଦେଶ ମଧ୍ୟ ସହାୟତାର ହାତ ବଢାଇଛି । ପ୍ରକୃତି ଏଭଳି ତାଣ୍ଡବରେ ତୁର୍କୀର ୧୦ଟି ପ୍ରଦେଶକୁ ଡିଜାଷ୍ଟର ଜୋନ୍ ଭାବେ ଘୋଷଣା କରିଛି ଇରଡୋଗନ୍। ଏଥିସହ ୩ ମାସ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି ସରକାର ।