ଆତ୍ମହତ୍ୟାର ୬ ଘଣ୍ଟା ପୂର୍ବରୁ ଏମିତି ପୋଷ୍ଟ୍ କରିଥିଲେ ତୁନିଶା

1 min read

ମୁମ୍ବାଇ: ମାତ୍ର ୨୩ ବର୍ଷ ବୟସରେ ଜୀବନ ହାରିଦେଲେ ଅଭିନେତ୍ରୀ ତୁନିଶା ଶର୍ମା। ସୁଟିଂ ସେଟରେ ହିଁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତୁନିଶା ଅଲି ବାବା: ଦାସ୍ତାନ-ଏ-କାବୁଲ ରେ କାମ କରୁଥିଲେ । ସେ ଫିତୁର, ବାର ବାର ଦେଖୋ ଭଳି ଫିଲ୍ମ ଏବଂ  ଇଣ୍ଟରନେଟ୍ ବାଲା ଲଭ୍, ଇସ୍କ ସୁଭାନଲ୍ଲାହ ଓ ଗାଏବ ଭଳି ଟିଭି ଶୋରେ ନଜର ଆସିଛନ୍ତି। ଅଭିନେତା ଶିବିନ ନାରଙ୍ଗଙ୍କ ସହ ସେ ଏକ ମ୍ୟୁଜିକ ଭିଡିଓ ସୁଟିଂ କରିବାର କାର୍ଯ୍ୟକ୍ରମ ଥିଲା ।

ତୁନିଶାଙ୍କ ଆତ୍ମହତ୍ୟା ଘଟଣା ଇଣ୍ଟରଟେନମେଣ୍ଟ ଜଗତରେ ଚହଳ ସୃଷ୍ଟି କରିଦେଇଛି । ତେବେ ସୋସିଆଲ୍ ମିଡିଆରେ  ତୁନିଶା ଖୁବ୍ ସକ୍ରିୟ ଥିବାବେଳେ ମୃତ୍ୟୁର ୬ ଘଣ୍ଟା ପୂର୍ବରୁ କରିଥିଲେ ଶେଷ ପୋଷ୍ଟ। ନିଜର ଏକ ଫଟୋ ପୋଷ୍ଟ ସହ କ୍ୟାପସନରେ ଲେଖିଥିଲେ – ଯେଉଁମାନେ ନିଜ ପ୍ୟାସନକୁ ନେଇ ଆଗକୁ ବଢୁଛନ୍ତି, ସେମାନେ କେବେ ଅଟକନ୍ତିନି ।

ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଫ୍ୟାନ ମହଲରେ ଶୋକର ଛାୟା ଖେଳିଯାଇଛି । ଏପରିକି ଜଣେ ୟୁଜର୍ସ ଲେଖିଛନ୍ତି- ୬ ଘଣ୍ଟା ପୂର୍ବରୁ  ତୁମେ ପୋଷ୍ଟ କରିଥିଲ, କିନ୍ତୁ ଏବେ ସୁଇସାଇଡ୍… । ସେହିପରି ଆଉ ଜଣେ ୟୁଜର୍ସ  ଲେଖିଛନ୍ତି- RIP, ‘ଅଲିବାବାରେ ଶେହଜାଦି ମରିୟମ୍ ର ଚରିତ୍ରରେ ଆପଣଙ୍କ ପ୍ରଥମ ଅପିୟରାନ୍ସ କେବେ ଭୁଲି ପାରିବୁ ନାହିଁ’’ ।