ଯୁକ୍ତ ୨ ଛାତ୍ରୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ଟ୍ୟୁସନ ସାର୍

ରାଉରକେଲା: ଛେଚା ଖାଇଲେ ରସିକିଆ ଟ୍ୟୁସନ ସାର । ଯୁକ୍ତ ୨ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଘରେ ପଶି ମାଡ଼ ମାରିଲେ ପୀଡ଼ିତାଙ୍କ ପରିବାର ଲୋକ । ରାଉରକେଲା ସହରର ବାସନ୍ତୀ କଲୋନୀରେ ଘଟିଛି ଏଭଳି ଘଟଣା । ବାସନ୍ତୀ କଲୋନୀରେ ରହୁଥିବା ଟ୍ୟୁସନ ଶିକ୍ଷକ ଗତକାଲି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଉଦିତନଗର ଥାନାରେ ପୀଡିତା ଛାତ୍ରୀ ଅଭିଯୋଗ କରିଛନ୍ତି । ଆଜି ୧୫ରୁ ଅଧିକ ମହିଳା ଓ ପୁରୁଷ ଶିକ୍ଷକଙ୍କ ଘରେ ପଶି ଟ୍ୟୁସନ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ଶିକ୍ଷକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଆହତ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ଉଦିତନଗର ଥାନାରେ ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ।