ଟ୍ରେନରେ ଚଢିବା ବେଳେ ଗୋଡ ଖସି TTPS କର୍ମଚାରୀ ମୃତ
1 min read
ଅନୁଗୋଳ: ଟ୍ରେନରେ ଚଢିବା ବେଳେ ଗୋଡ଼ ଖସିଯିବାରୁ ତଳେ ପଡି ଯୁବକ ମୃତ । ଅନୁଗୋଳ ଜିଲ୍ଲା ଥର୍ମାଲ ଷ୍ଟେସନର ଘଟଣା । TTPSର କର୍ମଚାରୀ ମହମ୍ମଦ ଅଲ୍ଲୀ କୌଣସି କାମରେ ପୁରୀ ଆଡକୁ ଯିବା ପାଇଁ ଥର୍ମାଲ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଟ୍ରେନରେ ଚଢୁଥିଲେ । ସେତିକିବେଳେ ତାଙ୍କ ଗୋଡ ଖସି ଯାଇଥିଲା ।
ସେ ଚଳନ୍ତା ଟ୍ରେନ ଚକ ତଳେ ପଡି ଯାଇଥିଲେ । ଟ୍ରେନରେ ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।