ତୁର୍କୀ-ଗ୍ରୀସ୍‌ରେ ବଡ଼ ଧରଣର ଭୂମିକମ୍ପ, ମାଟିରେ ମିଶିଲା ବହୁତଳ କୋଠା

1 min read
Turkey earth Quake

ଇସ୍ତାନବୁଲ: ତୁର୍କୀ ଏବଂ ଗ୍ରୀସ୍‌ରେ ବଡ଼ ଧରଣର ଭୂମିକମ୍ପ । ଏହାର ତୀବ୍ରତା ହାର ରିକ୍ଟର ସ୍କେଲରେ ୭.୦ । ଭୂମିକମ୍ପ ପ୍ରଭାବରେ ଏଜିଆନ ସାଗରରେ ସୁନାମୀ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି । ତେବେ ଗ୍ରକ୍‌ ଭୂ-ବିଜ୍ଞାନିଙ୍କ କହିବାନୁଯାୟୀ, ଭୂମିକମ୍ପର ତୀବ୍ରତା ୬.୭ କୁହାଯାଉଥିବ ବେଳେ ଆମେରିକା ଓ ୟୁରୋପୀୟ ଭୂ-ବିଜ୍ଞାନୀମାନେ ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୦ ବୋଲି ଆକଳନ କରିଛନ୍ତି ।

ତେବେ ଗ୍ରୀକ୍ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ଏହି ଭୂମିକମ୍ପ ପ୍ରଭାବରେ ଗ୍ରୀସର ସାମୋସ ସହର ଓ ତୁର୍କୀର ଇଜମୀର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ କୋଠା ଭୁଶୁଡ଼ି ମାଟିରେ ମିଶିଯାଇଛି । ରାସ୍ତାଘାଟରେ ଫଟ ସୃଷ୍ଟି ହୋଇଛି । ଅନେକ ଗାଡ଼ିମଟର ଭାଙ୍ଗିରୁଜି ଜାଇଛି । ଦୁଇ ସହରରେ ଥିବା ଅନେକ ବହୁତଳ କୋଠା ଭୁଶୁଡ଼ି ପଡିଛି ।

ଅନ୍ୟପଟେ ଏହି ଭୂମିକମ୍ପ ପ୍ରଭାବରେ ଏବେ ସୁଦ୍ଧା ୪ ଜଣଙ୍କ ଜୀବନ ହାନୀ ହୋଇଥିବା ସୂଚନା ମିଳିଛି । କିନ୍ତୁ ଏବେ ବି ଅନେକ ଲୋକ ଭଙ୍ଗା କୋଠା ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଏହି ମୃତ୍ୟୁ ସଂଖ୍ୟା ବଢ଼ିବାର ମଧ୍ୟ ଆଶଙ୍କା ରହିଛି । ତେବେ ଏବେ ସୁଦ୍ଧା ୧୨୦ ଜଣ ଗୁରୁତର ଥିବା ସୂଚନା ରହିଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୂ-କମ୍ପର ତୀବ୍ରତା ଯଥେଷ୍ଟ ଅଧିକ ରହିଥିବାରୁ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି । ଭୂମିକମ୍ପ ସମୟରେ ଲୋକମାନେ ଏଣେ ତେଣେ ଦୗଡ଼ିବା ଆରମ୍ଭ କରିଥିଲେ । ସେହିଭଳି ତୁର୍କୀର ଇଜମୀ ସହର ସମେତ ଆଖପାଖର ଅନ୍ୟ କେତେକ ଅଞ୍ଚଳ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

Leave a Reply