ମୃତ ଛୁଆକୁ ଲୁଣରେ ପୋତି ଜୀବନ ବଞ୍ଚାଇବାକୁ ପ୍ରୟାସ

ଭଦ୍ରକ: ଆଧୁନିକ ଯୁଗରେ ଅନ୍ଧ ବିଶ୍ବାସର ଅନ୍ଧାର ଗଳିରେ ମଣିଷ । ମୃତ ଛୁଆକୁ ଲୁଣରେ ପୋତି ଜୀବନ ବଞ୍ଚାଇବାକୁ ପ୍ରୟାସ କଲେ ପରିବାର । ଭଦ୍ରକ ଜିଲ୍ଲାର ବାସୁଦେବପୁର ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଛି ଏଭଳି ଅଭାନୀୟ ଘଟଣା । ବିଦେଇପୁର ପଞ୍ଚାୟତର ଗଦେଇବିନ୍ଧା ଗ୍ରାମର ରୋହିତ ଜେନାଙ୍କର ଦେଢ଼ ବର୍ଷର ଶିଶୁ ପୁତ୍ର ପୋଖରୀରେ ବୁଡ଼ିଯାଇଥିଲା । ଭାସୁଥିବା ସମୟରେ ପରିବାର ଲୋକ ଉଦ୍ଧାର କରି ପାଖରେ ଏକ ବେସରକାରୀ କ୍ଲିନିକରେ ଦେଖାଇଥିଲେ । ପରେ ବାଇକ ଯୋଗେ ବାସୁଦେବପୁର ଡାକ୍ତରଖାନାରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।

କିନ୍ତୁ ବାପା ମାଆ ଡାକ୍ତରଙ୍କ କଥାକୁ ବିଶ୍ବାସ ନକରି ଅନ୍ଧବିଶ୍ବାସର ସାହାରା ଲୋଡିଲେ । ଲୋକଙ୍କ କଥାରେ ପଡ଼ି ଶିଶୁଟିକୁ ୧୩ କିଲୋ ଲୁଣରେ ଡାକ୍ତରଖାନା ପଛପଟେ ପୋତି ବଞ୍ଚାଇବାକୁ ପ୍ରୟାସ କରିଥିଲେ ପରିବାର ଲୋକ । ଅନେକ ଲୋକ ମଧ୍ୟ ଏହାର ଦେଖଣାହାରି ପାଲଟିଥିଲେ ।