spot_img

Latest Posts

ଭାରତକୁ ପ୍ରତାରଣା : ଅଗଷ୍ଟ ୧ରୁ ୨୫% ଟାରିଫ ଲଗାଇବ ଆମେରିକା

ନନ୍ଦିଘୋଷ ବ୍ୟୁରୋ : ବନ୍ଧୁ ବନ୍ଧୁ କହି ଠିକ୍ ସମୟରେ ଭାରତକୁ ପ୍ରତାରଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଭାରତରୁ ଆମଦାନୀ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି ଟ୍ରମ୍ପ। ଆସନ୍ତା ଅଗଷ୍ଟ ୧ରୁ ନୂଆ ଟାରିଫ ଲାଗୁ ହେବ। ରୁଷରୁ ଭାରତର ତୈଳ ଆମଦାନୀ ଏବଂ ଦୀର୍ଘ ଦିନ ଧରି ରହିଥିବା ବାଣିଜ୍ୟିକ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି ଟ୍ରମ୍ପ। ନିଜର ଟ୍ରୁଥ ସୋସିଆଲରେ ସେ କହିଛନ୍ତି- ଭାରତକୁ ଆମେରିକାର ବନ୍ଧୁ ରାଷ୍ଟ୍ର ଭାବେ ଗ୍ରହଣ କରାଯାଉଥିଲେ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସୀମିତ ରହିଛି। ଭାରତ ଏକ ବନ୍ଧୁ ରାଷ୍ଟ୍ର ହୋଇଥିଲେ ବି ଭାରତ ସହ ଆମେରିକା କମ ବାଣିଜ୍ୟ କରିଛି। କାରଣ ଭାରତର ଟାରିଫ ଅଧିକ ରହିଆସିଛି। ଏହା ସହ ରୁଷ ସହିତ ଭାରତର ପ୍ରତିରକ୍ଷା ଓ ଶକ୍ତି ସମ୍ପର୍କ ବି ଏହି ଟାରିଫ ବୃଦ୍ଧିର ଅନ୍ୟ ଏକ କାରଣ ହୋଇଛି। ଗତ ଏପ୍ରିଲରେ ଭାରତର ସାମଗ୍ରୀ ଉପରେ ୨୭ ପ୍ରତିଶତ ଟାରିଫ ଲାଗୁ କରିବାକୁ ସୂଚନା ଦେଇଥିଲେ। ସେବଠାରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ଜାରି ରହିଥିଲା।

Latest Posts

Don't Miss