ନିର୍ବାଚନ ଫଳାଫଳକୁ ଗ୍ରହଣ କରୁନାହାନ୍ତି ଟ୍ରମ୍ପ ସମର୍ଥକ: ପୁନଃ ଭୋଟ ଗଣତି ପାଇଁ ଦାବି

ଓ୍ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଶକ୍ତି ପ୍ରଦର୍ଶନ । ଟ୍ରମ୍ପଙ୍କ ସମର୍ଥକ ମାନେ ରାଜରାସ୍ତାକୁ ଓହ୍ଲାଇବା ସହ ନିର୍ବାଚନର ଫଳାଫଳକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି କହିଛନ୍ତି  । ଟ୍ରମ୍ପଙ୍କ ଲକ୍ଷାଧିକ ସମର୍ଥକ ରାଲି ବାହାର କରିବା ସହ ଓ୍ୱାସିଂଟନ ପହଁଚି ଜୋରଦାର ହଙ୍ଗାମା କରିଛନ୍ତି  । ଏହି ସମୟରେ ଟ୍ରମ୍ପଙ୍କ ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା  । ଏହାକୁ ନେଇ ଟ୍ରମ୍ପ ଓ୍ୱାସିଂଟନର ମେୟର ଓ ବାମପନ୍ଥି ସଂଗଠନକୁ ଦାୟୀ କରିଛନ୍ତି  ।

ଟ୍ରମ୍ପ ସମର୍ଥକଙ୍କ ଏହି ରାଲିରେ ବ୍ଲାକ ଲାଇଫ ମେଟର ସଂଗଠନ ମଧ୍ୟ ହଙ୍ଗାମା କରିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ପୋଲିସ ପହଁଚି କିଛି ଲୋକଙ୍କୁ ହେପାଜତକୁ ନେଇଥିଲା  । ଗତ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ ପରାସ୍ତ କରିଥିବା ବେଳେ ଏହାକୁ ମାନିବାକୁ ରାଜିନାହାନ୍ତି ଟ୍ରମ୍ପ । ଆଉଥରେ ଭୋଟ ଗଣତି କରିବା ପାଇଁ ଦାବି କରିଛନ୍ତି  । ଭୋଟ ଗଣତିରେ ଡେମୋକ୍ରାଟିକ ପାର୍ଟି ହେରଫେର କରିଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି  । ଏମିତିକି ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବେ ନାହିଁ ବୋଲି ମଧ୍ୟ କହିଛନ୍ତି  । ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ନିଜ ଦଳର ବରିଷ୍ଠ ନେତା ମାନେ ମଧ୍ୟ ବିରୋଧ କରିଛନ୍ତି  ।

Leave a Reply