ରାଷ୍ଟ୍ରପତି ନିର୍ବାଚନ ଘୁଞ୍ଚାଇବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ଆହ୍ୱାନ
1 min read
ଓ୍ୱାସିଂଟନ: ରାଷ୍ଟ୍ରପତି ନିର୍ବାଚନ ଘୁଞ୍ଚାଇବାକୁ ଡୋନାଲଡ ଟ୍ରମ୍ପଙ୍କ ଆହ୍ୱାନ । କରୋନା ସଙ୍କଟ ନହଟିବା ପର୍ଯ୍ୟନ୍ତ ନିର୍ବାଚନ ନକରିବାକୁ ଟ୍ୱିଟ୍ କରି ଆହ୍ୱାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲୋକମାନେ ମତଦାନ କେନ୍ଦ୍ରକୁ ଆସି କିପରି ନିରାପଦ ମତଦାନ କରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ଟ୍ରମ୍ପ । ଲୋକେ ଘରେ ବସି ମେଲ ମାଧ୍ୟମରେ ଭୋଟିଂ କଲେ ଦୁର୍ନୀତି ହେବ । ଯାହା ଆମେରିକାର ଭବିଷ୍ୟତ ପାଇଁ ଠିକ୍ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି । ଚଳିତ ବର୍ଷ ନଭେମ୍ବର ୨୦ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ତେବେ ପ୍ରକୃତରେ ଆମେରିକାରେ ନିର୍ବାଚନ ଘୁଞ୍ଚାଇବାକୁ ହେଲେ ସମ୍ବିଧାନର ସଂଶୋଧନ କରିବାକୁ ପଡିବ । ଯାହା ଆଦୌ ସମ୍ଭବ ନୁହେଁ । କାରଣ ବିରୋଧୀ ଦଳ ବା ଡେମୋକ୍ରାଟିକ ପାର୍ଟିର ବିନା ସହମତିରେ ସମ୍ବିଧାନ ସଂଶୋଧନ କରିବା ଆଦୌ ସମ୍ଭବ ନୁହେଁ ।
https://www.facebook.com/NandighoshaTV/videos/2720761198194233/