spot_img

Latest Posts

ଗାଜାକୁ ହାତକୁ ନେବା ଲାଗି ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଆମେରିକା ତୁଲାଇପାରେ ବଡ଼ ଭୂମିକା। ଗାଜାଷ୍ଟ୍ରିପକୁ ଆମେରିକା ହାତକୁ ନେବ ବୋଲି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଧ୍ବସ୍ତବିଧ୍ବସ୍ତ ଗାଜାକୁ ନିୟନ୍ତ୍ରଣ ନେବା ପରେ ଏହାର ବିକାଶ କରାଯିବ ବୋଲି କହିଛନ୍ତି ଟ୍ରମ୍ପ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ଯାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ ପରେ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ। ଟ୍ରମ୍ପଙ୍କ ଏହି ଘୋଷଣାକୁ ପ୍ରଶଂସା କରିଛନ୍ତି ନେତନ୍ଯାହୁ। ସେ କହିଛନ୍ତି- ଟ୍ରମ୍ପଙ୍କ ଏହି ଘୋଷଣା ଇତିହାସକୁ ବଦଳାଇବ। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଗାଜାକୁ ନେଇ ଜାରି ରହିଥିବା କଳ୍ପନାଜଳ୍ପନା ନୂଆମୋଡ ନେଇଛି। ବିଭିନ୍ନ ରାଷ୍ଟ୍ରଙ୍କ ଗାଜା ନୀତି ମଧ୍ଯ ପ୍ରଭାବିତ ହୋଇଛି। ଗତ ୨୦୨୩ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠାରୁ ସାରା ମଧ୍ଯପ୍ରାଚ୍ଯରେ ଅଶାନ୍ତି ଜାରି ରହିଛି। ୪୭ ହଜାର ଲୋକଙ୍କ ମୃତ୍ଯୁ ଘଟିଥିବାବେଳେ ୧୦ ଲକ୍ଷରୁ ଅଧିକ ଲୋକ ବାସଚ୍ଯୁତ ହେଲେଣି।

Latest Posts

Don't Miss