ଟ୍ରମ୍ପ୍ ନା ମସ୍କ, ଆମେରିକାରେ ଅସଲ କ୍ଷମତା କାହା ହାତରେ ?

1 min read

ନନ୍ଦିଘୋଷ ବ୍ୟୁରୋ: ଏବେ ସାରା ବିଶ୍ବରେ ଚହଳ ପକେଇଛି ଟ୍ରମ୍ପ ଏବଂ ମସ୍କଙ୍କ ଦୋସ୍ତି । ଯେଉଁଠି ଦେଖିବ ସେଇଠି ଟ୍ରମ୍ପ ଏବଂ ମସ୍କଙ୍କ ବନ୍ଧୁତାର ଚର୍ଚ୍ଚା । ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଏବଂ ବିଶ୍ବର ନମ୍ବର ଓ୍ବାନ ଧନୀ ଏଲନ ମସ୍କ ଯଦି ଏକାଠି ହେବେ ତାହେଲେ ଚର୍ଚ୍ଚା ହେବାତ ସ୍ବାଭାବିକ କଥା । ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏଲନ ମସ୍କଙ୍କର ଉତ୍ତମ ସମ୍ପର୍କକୁ ନେଇ ନିରନ୍ତର ଆଲୋଚନା ଚାଲିଛି । ତେବେ ଏହାରି ଭିତରେ ଏକ ବଡ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରର ଅସଲ କ୍ଷମତା କାହା ହାତରେ ରହିବ ? କିଏ ସମ୍ଭାଳିବ ଆମେରିକା ଶାସନର ଡୋରୀ ?

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏଲନ ମସ୍କଙ୍କର ଉତ୍ତମ ସମ୍ପର୍କକୁ ନେଇ ନିରନ୍ତର ଆଲୋଚନା ଚାଲିଥିବା ବେଳେ ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏମିତି ଏକ ପ୍ରଶ୍ନ ବିଷୟରେ ପଚରାଯାଇଥିଲା। ଏଲନ ମସ୍କ ରାଷ୍ଟ୍ରପତି ହେବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ସେ ଏହାର ଉତ୍ତର ନାଁ ରେ ଦେଇ ସ୍ପଷ୍ଟ କରିଛନ୍ତି ଯେ, ମସ୍କ କେବେ ହେଲେ ବି ଆମେିକାର ରାଷ୍ଟ୍ରପତି ହୋଇପାରିବେ ନାହିଁ । ଟ୍ରମ୍ପଙ୍କ ପ୍ରଶାସନରେ ଏଲୋନ ମସ୍କ ଭୁମିକା ପ୍ରମୁଖ ପ୍ରଭାବ ପକାଇଥାଏ । କିନ୍ତୁ ମସ୍କ ରାଷ୍ଟ୍ରପତି ହେଇପାରିବେ ନାହିଁ  ।

ଆରିଜୋନାର ଫିନିକ୍ସରେ ଏକ ରିପବ୍ଲିକାନ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ମସ୍କ ରାଷ୍ଟ୍ରପତି ହେବେ ନାହିଁ, ଏହା ମୁଁ ଆପଣଙ୍କୁ ସ୍ପଷ୍ଟ କରୁଛି । ଟ୍ରମ୍ପ ତାଙ୍କ ଭାଷଣରେ କହିଛନ୍ତି ଯେ ଏଲୋନ ମସ୍କ ଏହି ଦେଶରେ ଜନ୍ମ ହୋଇନାହାଁନ୍ତି, ସେ ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଛନ୍ତି। ଆମେରିକାର ସମ୍ବିଧାନର ନିୟମ ଅନୁଯାୟୀ ରାଷ୍ଟ୍ରପତି ଜଣେ ଜନ୍ମିତ ଆମେରିକୀୟ ନାଗରିକ ହେବା ଆବଶ୍ୟକ। ସେଥିପାଇଁ ସେ କେବେ ହେଲେ ମଧ୍ୟ ଆମେରିକାର ରାଷ୍ଟ୍ରପତି ହେଇପାରିବେ ନାହିଁ ।

ଟ୍ରମ୍ପ ଏବଂ ମସ୍କଙ୍କ ବନ୍ଧୁତାକୁ ନେଇ ଡେମୋକ୍ରେଟିକ ପାର୍ଟି ସମାଲୋଚନା କରିଥିବା ବେଳେ, ସେ କହିଥିଲା ଯେ,  ଆମେରିକାର ଶାସନରେ ମସ୍କଙ୍କ ଭୂମିକା ଟ୍ରମ୍ପଙ୍କ ଠାରୁ ମଧ୍ୟ ଅଧିକ । ତେବେ ଏହାର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ମୋତେ ସ୍ମାର୍ଟ ଲୋକ ପସନ୍ଦ । ମସ୍କ ବହୁତ ଭଲ କାମ କରିଛନ୍ତି । ତାଙ୍କ ଭଳି ଭରସାଯୋଗ୍ୟ ଏବଂ ସ୍ମାର୍ଟ ଲୋକ ଦରକାର । ଏବଂ ଲୋକଙ୍କୁ ଭ୍ରମିତ କରିବା ପାଇଁ ଡେମୋକ୍ରେଟିକ ପାର୍ଟିର ଏହା ଏକ ଯୋଜନା ଅଟେ । ପ୍ରକୃତରେ ସେ ଜନତାଙ୍କୁ ଉସକାଇବାକୁ ଚାହୁଁଥିଲେ କି ମସ୍କ ନୂଆ ସରକାରରେ ସର୍ବେସର୍ବା ହେବେ ବୋଲି ।

ମସ୍କଙ୍କୁ ନୂଆ ଦାୟିତ୍ବ

ସେପଟେ ମସ୍କ ସ୍ପଷ୍ଟ କରିଛନ୍ତି ଯେ, ପ୍ରଥମରୁ ହିଁ ତାଙ୍କ ସମର୍ଥନ ଟମ୍ପଙ୍କ ପ୍ରତି ଥିଲା । ଟ୍ରମ୍ପଙ୍କ କାର୍ଯ୍ୟାକାଳରେ ସେ ଆମେରିକାକୁ ପୁଣିଥରେ ବିକାଶର ପଥରେ ଅଗ୍ରସର କରେଇବେ । ଫୋର୍ବ୍ସ ମାଗାଜିନ ଅନୁଯାୟୀ ଏଲନ ମସ୍କ ଦକ୍ଷିଣ ଆଫ୍ରିକାରେ ଜନ୍ମ । ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ୨୦୨୪ରାଷ୍ଟ୍ରପତି ନିର୍ବାଚନରେ ସେ ଟ୍ରମ୍ପଙ୍କ ବଡ ସମର୍ଥକ ଥିଲେ । ସେ ସାର୍ବଜନୀନ ସ୍ତରରେ ଖୋଲାଖୋଲି ଭାବରେ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିଥିଲେ । ମସ୍କଙ୍କ ପାଇଁ ନୂଆ ବିଭାଗ ସୃଷ୍ଟି କରିଛନ୍ତି ଟ୍ରମ୍ପ। ଏଲନ ମସ୍କ ହେବେ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି-DOGEର ମୁଖ୍ୟ । ମାନେ ଆମେରିକାର କାର୍ଯ୍ୟଦକ୍ଷତା ବିକାଶ ବିଭାଗର ମୁଖ୍ୟ ହେବେ ମସ୍କ। ଏଲନ୍ ମସ୍କଙ୍କ ସହ ରିପବ୍ଲିକାନ୍ ସିନେଟର୍ ବିବେକ ରାମାସ୍ବାମୀ ମଧ୍ୟ ମିଳିତ ଭାବେ DOGE ପରିଚାଳନା କରିବେ। ଟ୍ରମ୍ପଙ୍କ କହିବା କଥା ଏହି ଦୁଇ ଆମେରିକୀୟ ହିଁ ବହୁ ଗୁରୁ ଦାୟିତ୍ବ ବହନ କରିବେ। ପ୍ରଶାସନରେ ସ୍ବଚ୍ଛତା, ଅତ୍ୟଧିକ ନିୟନ୍ତ୍ରଣ ହଟାଇବା, ଅଯଥା ଖର୍ଚ୍ଚ ରୋକିବା ଏବଂ ବିଭିନ୍ନ ସଂଘୀୟ ସଂସ୍ଥାର ପୁନର୍ଗଠନ କଥା ବୁଝିବେ ମସ୍କ ଏବଂ ବିବେକ ରାମାସ୍ବାମୀ ।

DOGE କଣ ?

ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ DOGE କଣ ? ଏବଂ ଟ୍ରମ୍ପଙ୍କ ସରକାରରେ ଏହି ନୂଆ ବିଭାଗଟି କେଉଁଠୁ ଆସିଲା ? ପ୍ରକୃତରେ ଡୋଜେକଏନ୍ ଏକ ପପୁଲାର କ୍ରିପ୍ଟୋକରେନ୍ସି ଅଟେ । ଏବଂ ଏହା  ୨୦୧୩ରେ ତିଆରି କରାଯାଇଥିଲା । Dogecoin କୁ Billy Markus ଏବଂ Jackson Palmer ୨୦୧୩ରେ ଲଞ୍ଚ କରିଥିଲେ । ଏଥିରେ SHIBA Inu dogର ଫଟୋ ଲାଗିଥିଲା । ଏହି Bitcoin ଅଲଗା କ୍ରିପ୍ଟୋକରେନ୍ସିର ମଜାକ ଉଡାଇବା ପାଇଁ Dogecoinକୁ ସୃଷ୍ଟି କରାଯାଇଥିଲା । କିନ୍ତୁ ୨୦୨୧ରେ କ୍ରିପ୍ଟୋକରେନ୍ସି ଚର୍ଚ୍ଚାରେ ଆସିଥିଲା । ଏହା ଚର୍ଚ୍ଚାକୁ ଆସିବାର କାରଣ ହିଁ ମସ୍କ ଥିଲେ । ମସ୍କ ଏହ କରେନ୍ସି ବାବଦରେ ଟ୍ବିଟ କରିବା ପରେ ଲୋକଲୋଚନକୁ ଆସିଥିଲା । ଡୋଜେକାଏନକୁ ଲୋକମାନେ Doge କହୁଥିଲେ ।