spot_img

Latest Posts

କରୋନା ମୃତ୍ୟୁ ସଂଖ୍ୟା ୯୦ ହଜାର ପାର, ଟ୍ରମ୍ପ କହିଲେ ଆମେ ଗର୍ବିତ

ଆମେରିକାରେ କରୋନା ଭାଇରସର ଦ୍ୱାରା ୧୫ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧ ହଜାର ୯୨୧ ଜଣଙ୍କ ଜୀବନ ଏହି ଭାଇରସ ନେଇସାରିଲାଣି । କିନ୍ତୁ ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏମିତି ଗୋଟିଏ ବୟାନ ଦେଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ବୟାନରେ କହିଛନ୍ତି ଯେ, ଅଧିକ ସଂଖ୍ୟକ ସଂକ୍ରମିତଙ୍କ ପାଇଁ ଆମେ ଗର୍ବିତ । ଦି ଗାର୍ଡିଆନ୍ ଅନୁସାରେ ଟ୍ରମ୍ପ କହିଛନ୍ତି ଯେ,ଅଧିକ ସଂଖ୍ୟାରେ କରୋନା ପଜିଟିଭ୍ ଆମେରିକାର ବାହାରିବ ଆମପାଇଁ ବ୍ୟାଜ୍ ଅଫ ଅନର । ସେ କହିଛନ୍ତି ଯେ, ମୁଁ କିଛି ଏହାକୁ ଏମିତି ଦେଖେ,ଏହା ଏକ ଭଲ କଥା । ଏହାର ଅର୍ଥ ହେଉଛି ଆମ ଟେଷ୍ଟିଂ ଭଲ ।


ହ୍ୱାଇଟ୍ ହାଉସରେ ଟ୍ରମ୍ପ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଆପଣ ମାନେ ଜାଣିଛନ୍ତି ଯେ, ଆପଣ ଯେତେବେଳେ କୁହନ୍ତି ଯେ, କରୋନା ମାମଲାରେ ଆମେ ଆଗରେ ଅଛେ, ତେବେ ଏହାର ଅର୍ଥ ହେଲା ଅନ୍ୟ ଦେଶଙ୍କ ତୁଳନାରେ ଆମ ପାଖରେ ଅଧିକ ଟେଷ୍ଟିଂ ସୁବିଧା ରହିଛି । କରୋନା ଭାଇରସ ସଂକ୍ରମଣ ପରେ ପ୍ରଥମ ଥର ପାଇଁ ହ୍ୱାଇଟ ହାଉସରେ ଟ୍ରମ୍ପ କ୍ୟାବିନେଟ୍ ବୈଠକ କରିବା ଅବସରରେ ଏହା କହିଛନ୍ତି ।


କରୋନାକୁ ନେଇ ଆଗରୁ ଅନେକ ବିବାଦିତ ବୟାନ ଦେଇଥିବା ଟ୍ରମ୍ପ କହିଛନ୍ତି ଯେ,‘‘ ଯେତେବେଳେ ଆମ ପାଖରେ ମାମଲା ଅଛି ସେତେବେଳେ ମୁଁ ଏହାକୁ ଖରାପ ପ୍ରସଙ୍ଗ ଭାବେ ଦେଖେ ନାହିଁ । ମୁଁ ଏହାକୁ ଗୋଟିଏ ସୀମା ପର୍ଯ୍ୟନ୍ତ ଭଲ ବୋଲି ମନେ କରେ ଯେ,ଆମ ଟେଷ୍ଟିଂ ଭଲ ।

Latest Posts

Don't Miss