ପୋପ ବେଶରେ ଟ୍ରମ୍ପ: ସୋସିଆଲ ମିଡ଼ିଆରେ ନିଜର AI ଫଟୋ ସେୟାର କରି ହେଉଛନ୍ତି ଟ୍ରୋଲ୍
1 min read
ନନ୍ଦିଘୋଷ ବ୍ୟୁରୋ: ପୁଣି ବିବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପେପା ଫ୍ରାନ୍ସିସଙ୍କ ନିଧନକୁ ଦିନ କେଇଟା ବିତିନି ଟ୍ରମ୍ପ ସୋସିଆଲ ମିଡ଼ିଆରେ ଏକ ପୋଷ୍ଠ କରିଛନ୍ତି । ଯେଉଁଥିରେ ସେ ପେପା ବେଶରେ ଦେଖିବାକୁ ମିଳୁଛି । ଏହା ଏକ AI ଜେନେରେଟେଡ ଫଟୋ । କେବଳ ଟ୍ରମ୍ପ ଏହାକୁ ପୋଷ୍ଟ କରି ନାହାନ୍ତି, ହ୍ବାଇଟ୍ ହାଉସର ସରକାରୀ ହ୍ୟାଣ୍ଡଲରୁ ମଧ୍ୟ ଏହି ଫଟୋ ପୋଷ୍ଟ ହୋଇଛି ।
ପୋପ ବେଶରେ ଏହି ଫଟୋ ଆସିବା ପରେ ସୋସିଆଲ ମିଡ଼ଆରେ ଟ୍ରମ୍ପଙ୍କୁ ଟ୍ରୋଲ କରାଯିବା ଆରମ୍ଭ ହୋଇଯାଇଛି । କାରଣ କିଛଇଦିନ ପୂର୍ବରୁ ଟ୍ରମ୍ପ ମଜାରେ କହିଥିଲେ, ମୁଁ ଅପରବର୍ତ୍ତି ପୋପ ହେବାକୁ ପସନ୍ଦ କରିବି । ଏପରି ବୟାନ ପରେ ପରେ ଟ୍ରମ୍ପ ପୋପ ବେଶରେ ନିଜକୁ ପୋଷ୍ଟ କରିଛନ୍ତି । ତେବେ ସୋସିଆଲ ମିଡ଼ିଆରେ ଟ୍ରମ୍ପଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି । କିଛି ୟୁଜର୍ସ ଏହାକୁ ହାଲକାରେ ନେଇଥିଲେ ବି ଅଧିକାଂଶ ୟୁଜର୍ସ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଏହା ଚର୍ଚ୍ଚ ଭଗବାନଙ୍କୁ ଅପମାନ । ଟ୍ରମ୍ପ ଜଣେ ସୈତାନ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ବହୂତ ଅପମାନଜନକ କଥା । ରିପବ୍ଲିକାନ ଏମିତି ବ୍ୟକ୍ତିଙ୍କୁ ଭୋଟ୍ ଦେଉଛନ୍ତି ?
ସୂଚନାଯୋଗ୍ୟ, ପୋପ ଫ୍ରାନ୍ସିସଙ୍କ ଦେହାନ୍ତ ୨୨ ଏପ୍ରିଲକୁ ୮୮ ବର୍ଷ ବୟସରେ ହୋଇଥିଲା । ୨୬ ଏକ୍ରିଲକୁ ସେଣ୍ଟ ପିଟର୍ସ ସ୍କୋୟାରରେ ତାଙ୍କ ଅନ୍ତିମ ସତ୍କାର କରାଯାଇଥିଲା । ଯେଉଁଥିରେ ଟ୍ରାମ୍ପ ମଧ୍ୟ ସାମିଲ ହୋଇଥିଲେ । ତେବେ ଟ୍ରମ୍ପଙ୍କ ଏମିତି ପୋଷ୍ଟ ପରେ କିଛି ଲୋକ ଟିପ୍ପଣୀ ଦେଇ ଲେଖିଛନ୍ତି, ‘କେମ୍ ଭାଟିକାନା ଗ୍ରେଟ୍ ଏଗେନ୍’ । ଯାହା ଟ୍ରମ୍ପ ନିର୍ବାଚନୀ ସ୍ଲୋଗାନ ମେକ ଆମେରିକା ଗ୍ରେଟ୍ ଏଗେନକୁ ଆଧାର କରି କୁହାଯାଉଛି ।