spot_img

Latest Posts

ପୁଣି ଅଡ଼ୁଆରେ ଟ୍ରମ୍ପ

ଓ୍ବାଶିଂଟନ: ପୁଣି ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଅଭିଯୋଗ ମାମଲାରେ କାଠଗଡ଼ାରେ ଟ୍ରମ୍ପ । ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ବିଚାର ହେବ । ଯଦି ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ଗତ ୫ ମାସରେ ଏହା ତାଙ୍କର ଚତୁର୍ଥ ଦୋଷୀ ସାବ୍ୟସ୍ତ ଘଟଣା ହେବ। ଆସନ୍ତା ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଟ୍ରମ୍ପ ପ୍ରାର୍ଥୀ ହେବାକୁ ଯାଉଥିବାବେଳେ ବାରମ୍ବାର ଦୋଷୀ ସାବ୍ୟସ୍ତ ହେବା ଘଟଣା ତାଙ୍କ ଲାଗି ସମସ୍ୟା ସୃଷ୍ଟି କରୁଛି । ୨୦୨୦ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବେଆଇନ ଭାବେ ପ୍ରଭାବିତ କରିବା ଲାଗି ଉଦ୍ୟମ କରିଥିଲେ  । ହୋଇଥିବା ଅଭିଯୋଗର ଶୁଣାଣି ଆସନ୍ତା ସପ୍ତାହରେ ଜର୍ଜିଆର ଜଣେ ବିଚାରପତି କରିବେ । ଜଣେ ନିର୍ବାଚନ ଅଧିକାରୀ ବ୍ରାଡ ରାଫେନସ୍ପର୍ଜରଙ୍କ ନିକଟକୁ ଟ୍ରମ୍ପ ଫୋନ କରି ତାଙ୍କ ସପକ୍ଷରେ ଅଧିକ ଭୋଟ କରାଇଦେବା ଲାଗି କହିଥିଲେ ବୋଲି ଟ୍ରମ୍ପଙ୍କ ବିରୋଧରେ ହୋଇଥିଲା ଅଭିଯୋଗ । ଶୁଣାଣିରେ ସାକ୍ଷ୍ୟ ଦେବାକୁ କେତେକ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

ନିର୍ବାଚନ ଫଳାଫଳ ପ୍ରଭାବିତ କରିବା ଲାଗି ହୋଇଥିବା ଅଭିଯୋଗର ଶୁଣାଣି କରି କିଛି ଦିନ ତଳେ ଓ୍ବାଶିଂଟନ ଫେଡେରାଲ କୋର୍ଟ ଟ୍ରମ୍ପଙ୍କୁ ଅଭିଯୁ୍କ୍ତ ଦର୍ଶାଇଥିଲେ । ଜଣେ ପର୍ଣ୍ଣଷ୍ଟାରଙ୍କୁ ଚୁପ୍ ରହିବା ଲାଗି ଅର୍ଥ ପ୍ରଦାନ କରିଥିବା ମାମଲାରେ ବି ଟ୍ରମ୍ପଙ୍କୁ କିଛି ମାସ ତଳେ ମାନହଟ୍ଟନ କୋର୍ଟ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲେ ।ଆସନ୍ତା ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉଥିବାବେଳେ ଏହି ସମସ୍ତ ଅଭିଯୋଗକୁ ଟ୍ରମ୍ପ ଖଣ୍ଡନ କରିଛନ୍ତି । ଏସବୁ ଡେମୋକ୍ରାଟିକ ପାର୍ଟିର ଷଡ଼ଯନ୍ତ୍ର ବୋଲି ସେ ଦର୍ଶାଇଛନ୍ତି ।

Latest Posts

Don't Miss