ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ କରୋନା ଡ଼ର, ଲାଗୁ ହେଲା ଏମର୍ଜେନ୍ସି

1 min read

ଆମେରିକାକୁ କରୋନା ଡ଼ର । ପୂରା ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ । କରୋନା ମୁକାବିଲା ପାଇଁ ୫୦ ବିଲିୟନ ଡଲାରର ଫଣ୍ଡ । ଯାହାକୁ ଦେଶର ସବୁ ରାଜ୍ୟରେ  କରୋନା ମୁକାବିଲା ପାଇଁ ବ୍ୟବହାର କରାଯିବ ।

 

ଏହାକୁ କେନ୍ଦ୍ରୀୟ, ସ୍ଥାନୀୟ ଏଜେନ୍ସିକୁ ଦିଆଯିବ । ଜାତୀୟ ଏମର୍ଜେନ୍ସି ଦୁଇଟି ବଡ଼ ଶବ୍ଦ । ଆମେରିକା କରୋନା ସହ ଲଢ଼ିବାକୁ ପୂରା ଶକ୍ତି ଲଗାଇବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟ୍ରମ୍ପ ।

ଜାଣନ୍ତୁ ଓଡ଼ିଶା କୋଭିଡ-୧୯ ନିୟମାବଳୀ ୨୦୨୦ କଣ ?

ବର୍ତମାନ ସୁଦ୍ଧା ଆମେରିକାରେ ଭାଇରସ ନେଲାଣି ୪୦ ଜଣଙ୍କ ଜୀବନ । ଖୁବଶୀଘ୍ର ଦେଶରେ ଆରମ୍ଭ ହେବ ଏମର୍ଜେନ୍ସି ଅପରେସନ ସେଣ୍ଟର । ସେହିପରି ଏଥର ୧ ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂପର୍କରେ ଟେଷ୍ଟରୁ ଜଣାପଡ଼ିପାରିବ ।  ୧୯୮୮ ପରେ ଆମେରିକାରେ ଲାଗୁ ହୋଇଛି ଏମର୍ଜେନ୍ସି ।

Leave a Reply