ଇସଲାମିକ ଷ୍ଟେଟ୍ସ ମୁଖ୍ୟ ଅବୁ ବକ୍ର ଅଲ-ବାଗଦାଦି ନିପାତ, ସ୍ପଷ୍ଟ କଲେ ଟ୍ରମ୍ପ

1 min read

ଇସଲାମିକ ଷ୍ଟେଟ୍ସ ମୁଖ୍ୟ ଅବୁ ବକ୍ର ଅଲ-ବାଗଦାଦି ନିହତ । ବାଗଦାଦି ଆମେରିକା ସେନାର ଡେଲଟା ଫୋର୍ସ ଆକ୍ରମଣରେ ନିପାତ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି । ସିରିୟାର ଏକ ସୁଡ଼ଙ୍ଗରେ ବାଗଦାଦି ଲୁଚିଥିଲା । ଆମେରିକାର ଡେଲ୍ଟା ଫୋର୍ସ ସୁଡ଼ଙ୍ଗ ନିକଟରେ ପହଞ୍ଚି ଯିବାରୁ ଆତ୍ମଘାତୀ ବିସ୍ଫୋରଣରେ ବାଗଦାଦି ନିଜକୁ ଉଡ଼ାଇ ଦେଇଥିବା ଟ୍ରମ୍ପ କହିଛନ୍ତି । ଏଥିରେ ବାଗଦାଦିର ୩ ଛୁଆ ନିହତ ହୋଇଥିବା ଟ୍ରମ୍ପ ସୂଚନା ଦେଇଛନ୍ତି ।

ଏହି ଅପରେସନରେ ୮ଟି ହେଲିକପ୍ଟର ନିୟୋଜିତ ହୋଇଥିଲା । ବାଗଦାଦି ସହ କେତେକ କମାଣ୍ଡର ନିହତ ହୋଇଛନ୍ତି । ଅପରେସନରେ ସାହାଯ୍ୟ କରିଥିବାରୁ ଟ୍ରମ୍ପ ଋଷ, ତୁର୍କୀ, ସିରିୟା, ଇରାକ ଆଦି ଦେଶକୁ ଧନ୍ୟବାଦ ଦେଇଛନ୍ତି ।

ଆଜି ସକାଳେ ଟ୍ରମ୍ପ କିଛି ବଡ଼ ହେବ ବୋଲି ଟ୍ୱିଟ୍ କରିଥିଲେ । ଯାହା ପରେ ବାଗଦାଦି ନିହତ ହୋଇଥିବା ନେଇ ଖବର ପ୍ରଚାରିତ ହୋଇଥିଲା । ')}

Leave a Reply