spot_img

Latest Posts

ଚୁପ୍ ରଖିବା ଲାଗି ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ବେଆଇନ ଅର୍ଥ ପ୍ରଦାନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦୋଷୀ ସାବ୍ଯସ୍ତ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ଇତିହାସରେ ପ୍ରଥମ ଥର ଲାଗି ଜଣେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିଭିନ୍ନ ଅପରାଧିକ ମାମଲାରେ ହୋଇଛନ୍ତି ଦୋଷୀ ସାବ୍ଯସ୍ତ। ୨୦୧୬ ନିର୍ବାଚନ କାଳରେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲସଙ୍କୁ ଚୁପ୍ କରିବା ଲାଗି ଯେଉଁ ବେଆଇନ ଅର୍ଥ ପ୍ରଦାନ କରିଥିଲେ ସେହି ମାମଲାରେ ତାଙ୍କୁ ଦୋଷୀ ସାବ୍ଯସ୍ତ କରିଛନ୍ତି ନ୍ୟୁୟର୍କ କୋର୍ଟ। କ୍ରମାଗତ ଦୁଇ ଦିନ ଧରି ଚାଲିଥିବା ଶୁଣାଣି ପ୍ରକ୍ରିୟାର ଅବସାନ ଘଟାଇ ୧୨ ଜଣିଆ ବିଚାରପତି ମଣ୍ଡଳୀ ଟ୍ରମ୍ପଙ୍କୁ ୩୪ଟି ମାମଲାରେ ଦୋଷୀ ସାବ୍ଯସ୍ତ କରିଛନ୍ତି। ଆସନ୍ତା ଜୁଲାଇ ୧୧ରେ ଟ୍ରମ୍ପଙ୍କ ବିରୋଧରେ ଦଣ୍ଡ ଧାର୍ଯ୍ୟ କରିବାକୁ ଘୋଷଣା କରିଛନ୍ତି ବିଚାରପତି। ତେବେ ଜୁଲାଇ ୧୫ରେ ରିପବ୍ଲିକାନ ନ୍ଯାସନାଲ କନଭେନସନ ହେବାକୁ ଯାଉଥିବାବେଳେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଟ୍ରମ୍ପଙ୍କ ଲାଗି ସମସ୍ୟା ଠିଆ କରିବ ବୋଲି ସୂଚନା ମିଳିଛି। ଆସନ୍ତା ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ ଟ୍ରମ୍ପଙ୍କୁ ଦୋଷୀ ସାବ୍ଯସ୍ତ କରାଯିବା ଘଟଣା ଜାତୀୟ ରାଜନୀତିର ହଟଚମଟ ସୃଷ୍ଟି କରିଛି। ଏହି ମାମଲା ଅନୁସାରେ ଟ୍ରମ୍ପଙ୍କୁ ୪ ବର୍ଷ ଜେଲଦଣ୍ଡ ମିଳିବା ସମ୍ଭାବନା ରହିଛି। ତେବେ ସେ ଜେଲଦଣ୍ଡ ଭୋଗିଲେ ବି ନିର୍ବାଚନ ପ୍ରଚାର କରିପାରିବେ ଏବଂ ଏପରିକି ଯଦି ବିଜୟୀ ହୁଅନ୍ତି ତେବେ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇପାରିବେ। ସେପଟେ ଟ୍ରମ୍ପ କହିଛନ୍ତି ସେ କିଛି ଭୁଲ କରିନାହାନ୍ତି ଏବଂ କୋର୍ଟ ରାୟ ବିରୋଧରେ ଅପିଲ କରିବେ। ଷ୍ଟର୍ମି ଡାନିଏଲସଙ୍କୁ ଟଙ୍କା ଦେବା ଲାଗି  ଟ୍ରମ୍ପ ଅନେକ ଜାଲ୍ ପନ୍ଥା ଅବଲମ୍ବନ କରି ନଥି ପ୍ରସ୍ତୁତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

Latest Posts

Don't Miss