spot_img

Latest Posts

ଜେଲେନସ୍କି-ଟ୍ରମ୍ପ ଆଲୋଚନାରେ ସାମିଲ ଏଲନ ମସ୍କ

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କିଙ୍କ ସହ କଥାହେଲେ ଆମରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ବଡ଼କଥା ହେଉଛି ଟ୍ରମ୍ପଙ୍କ ଆଲୋଚନା ବେଳେ ସ୍ପେସ ଏକ୍ସ ପ୍ରତିଷ୍ଠାତା ତଥା ଏକ୍ସର ମାଲିକ ଏଲନ ମସ୍କ ଜେଲେନ୍ସିଙ୍କ ସହ କଥା ହୋଇଛନ୍ତି। ଏହି ଆଲୋଚନାର ସବିଶେଷ ବିଷୟବସ୍ତୁ ଜଣାପଡିନାହିଁ।

ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଟ୍ରମ୍ପ କହିଥିଲେ- ଯୁଦ୍ଧ ବନ୍ଦ ଦିଗରେ ସେ ପଦକ୍ଷେପ ନେବେ। ଜେଲେନସ୍କିଙ୍କ ସହ କଥା ହେବା ପରେ ଏଲନ ମସ୍କଙ୍କ ଗୁରୁତ୍ବ କେତେ ବୃଦ୍ଧି ପାଇଛି ତାହା ସହଜେ ଅନୁମେୟ। ଆଲୋଚନା କାଳରେ ନିଜର ଷ୍ଟାର ଲିଙ୍କ ସାଟେଲାଇଟ କନଷ୍ଟିଲେସନ ଜରିଆରେ ୟୁକ୍ରେନକୁ ସହାୟତା କରିବାକୁ ଜେଲେନସ୍କିଙ୍କୁ ମସ୍କ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ଡ୍ରୋନ ଆଟାକ୍ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୟ ସୂଚୀ ନେଇ ସହାୟତା କରିଥାଏ ଷ୍ଟାର ଲିଙ୍କ୍ ।

Latest Posts

Don't Miss