ଭାରତ ପାକିସ୍ତାନ ଅସ୍ତ୍ର ବିରତି ପରେ ପୁଣି ବଡ଼ ବୟାନ ଦେଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ: ପୁଣି ବଡ଼ ବୟାନ ଦେଲେ ଟ୍ରମ୍ପ । ଗତକାଲି ସନ୍ଧ୍ୟାରେ ଭାରତ ପାକିସ୍ତାନ ଅସ୍ତ୍ର ବିରତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଭାରତ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି ଭାରତ ପାକିସ୍ତାନ ବୁଦ୍ଧିମତା ଦେଖାଇଥିବାରୁ ମୁଁ ଗର୍ବିତ । କାରଣ ଉଭୟଙ୍କ ପାଖରେ ଜାଣିବା, ବୁଝିବା ଶକ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଅଛି । ବର୍ତ୍ତମାନ ଆକ୍ରମଣ ବନ୍ଦ କରିବା ସମୟ ଆସିଛି । ଯୁଦ୍ଧ ହୋଇଥିଲେ ମୃତ୍ୟୁ ଏବଂ ବିନାଶର ହୋଇଥାନ୍ତା । ଲକ୍ଷ ଲକ୍ଷ ନୀରିହ ଲୋକଙ୍କର ପ୍ରାଣ ଯାଇଥାନ୍ତା । ଦୁଇ ଦେଶରେ ମୁଁ ବାଣିଜ୍ୟିକ ସମ୍ପର୍କ ବଢ଼ାଇବି । ହଜାର ହଜାର ବର୍ଷର କାଶ୍ମୀର ସମସ୍ୟାର ସମାଧାନ ଦିଗରେ ମୁଁ କାମ କରିବି । ଭାରତ ପାକିସ୍ତାନର ନେତୃତ୍ବ ପାଇଁ ଭଗବାନ ଆଶୀର୍ବାଦ କରନ୍ତୁ ।