ମହାଭିଯୋଗ ମୋକଦ୍ଦମାରେ ଟ୍ରମ୍ପ୍ ବିଜୟୀ
ଟ୍ରମ୍ପଙ୍କୁ ମିଳିଛି ଆଶ୍ୱସ୍ତି । ମହାଅଭିଯୋଗ ମୋକଦ୍ଦମାରେ ବିଜୟୀ ହେଲେ ଆମେରିକା ରାଷ୍ଟ୍ରପତି । ତାଙ୍କ ସପକ୍ଷରେ ୫୩ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୪୭ଭୋଟ୍ ପଡ଼ିଥିଲା । ଦୁଇ ସପ୍ତାହର ଟ୍ରାଏଲ ପରେ ଏହାର ଫଇସଲା ହୋଇଛି ।
ଟ୍ରମ୍ପଙ୍କ ନାଁରେ ଆସିଥିଲା କ୍ଷମତାର ଦୂରୁପଯୋଗ ଅଭିଯୋଗ । ଯାହାକୁ ଖାରଜ କରିଛି ସିନେଟ୍ । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହି ବିଜୟ ଟ୍ରମ୍ପଙ୍କ ବଡ଼ ସଫଳତା ଭାବରେ ଦେଖାଯାଉଛି । ଭୋଟିଂରେ ୫୨ ରିପବ୍ଲିକାନ ଟ୍ରମ୍ପଙ୍କ ସହ ଠିଆ ହୋଇଥିଲେ । କେବଳ ସିନେଟର ମିଟ ରୋମନୀ ଟ୍ରମ୍ପଙ୍କ ବିରୋଧରେ ଭୋଟ ଦେଇଛନ୍ତି । କ୍ଷମତାର ଦୂରୁପୋଯୋଗ ଅଭିଯୋଗରେ ନିମ୍ନ ଗୃହ ହାଉସ୍ ଅଫ୍ ରିପ୍ରେଜେଣ୍ଟିଭରେ ଡିସେମ୍ବର ୧୮ରେ ମହାଅଭିଯୋଗ ପ୍ରସ୍ତାବ ଗୃହୀତ ହୋଇଥିଲା ।