ୟୁକ୍ରେନରେ ଜେଲେନସ୍କିଙ୍କୁ ଭେଟିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନଗସ୍ତରେ କାନାଡା ପ୍ରଧାନମନ୍ତ୍ରୀ । ଅଚାନକ ୟୁକ୍ରେନ୍ ଗସ୍ତ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏବଂ ଜେଲେନସ୍କିଙ୍କୁ ଭେଟିଛନ୍ତି । ୟୁକ୍ରେନ୍ ରାଜଧାନୀ କ୍ୱିବ୍‌ରେ ଉଭୟ ନେତା ମିଳିତ ବିବୃତି ଜାରି କରିଛନ୍ତି ।

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଛନ୍ତି, ପୁଟିନ୍ ହେଉଛନ୍ତି ଯୁଦ୍ଧ ଅପରାଧୀ । କ୍ୱିବ୍ ଏବଂ ଇରପିନ୍ ସହରରେ ଯୁଦ୍ଧର ଭୟାବହ ଚିତ୍ର ଦେଖିବା ପରେ କାନାଡା ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ସହ ରହିଛୁ ବୋଲି କହିଛନ୍ତି । ୟୁକ୍ରେନକୁ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଏବଂ ପ୍ରମୁଖ ନେତା ଲଗାତର ଗସ୍ତ କରୁଛନ୍ତି । ଏହି କ୍ରମରେ କ୍ରୋଏସିଆ ପ୍ରଧାନମନ୍ତ୍ରୀ ଏବଂ ଜର୍ମାନ ସଂସଦର ସଭାପତି ମଧ୍ୟ ଜେଲେନସ୍କିଙ୍କୁ ଭେଟିଛନ୍ତି । ଯୁକ୍ରେନ୍ର ଫାଷ୍ଟ ଲେଡି ଓଲେନା ଜେଲେନଲ୍କିଙ୍କୁ ଭେଟିଛନ୍ତି ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ।

ଅପରପକ୍ଷରେ ଗତକାଲି ଋଷ ପାଳିଛି ଐତିହାସିକ ବିଜୟ ଦିବସ । ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟୀ ହୋଇଥିଲା ସୋଭିଏତ ୟୁନିୟନ। ସେପଟେ ୟୁକ୍ରେନ ଉପରେ ଆକ୍ରମଣକୁ ୭୫ଦିନ ହୋଇଥିବା ବେଳେ ହମଲାକୁ ଆହୁରି ଜୋରଦାର କରିଛି ମସ୍କୋ । ତେବେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଯଥାର୍ଥ ବୋଲି କହିଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବିଶ୍ୱର କୌଣସି ବି ସାମରିକ ଶକ୍ତି ଋଷ ଦଖଲ କରିପାରିବ ନାହିଁ ବୋଲି ବିଜୟ ଉତ୍ସବ ସମାରୋହରେ ସେ କହିଛନ୍ତି । ସେପଟେ କୃଷ୍ଣ ସାଗରରେ ଋଷର ଆଉ ଏକ ଶକ୍ତିଶାଳି ଯୁଦ୍ଧପୋତ ଧ୍ୱଂସ କରିଛି ୟୁକ୍ରେନ ।

ଏଥିସହିତ ପଢ଼ନ୍ତୁ: ୭୦ ବର୍ଷ ବୟସରେ ବାପା ହେବେ ଋଷ ରାଷ୍ଟ୍ରପତି!