ଟ୍ରକ୍ ଭଡ଼ା ଧାର୍ଯ୍ୟ କରିବାକୁ ପରିବହନ ମନ୍ତ୍ରୀଙ୍କୁ ଭେଟି ଟ୍ରକ ମାଲିକ ସଂଘର ଦାବି

ଭୁବନେଶ୍ୱର: ସର୍ବନିମ୍ନ ଓ ସର୍ବାଧିକ ଭଡା ଧାର୍ଯ୍ୟ କରିବାକୁ  ଟ୍ରକ ମାଲିକ ସଂଘର ଦାବି ।  ଟ୍ରକର ବର୍ଦ୍ଧିତ ଭଡା ଧାର୍ଯ୍ୟ  ନିଷ୍ପତ୍ତି ବିଳମ୍ବ ପ୍ରତିବାଦ ଓ ରୋଡ଼ ଟାକ୍ସକୁ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଛାଡ଼ ପାଇଁ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ଟ୍ରକ ମାଲିକ ସଂଘ ।  କରୋନା ପାଇଁ ଏବେ ୩୫ ପ୍ରତିଶତ ଟ୍ରକ ଚାଲୁଥିବା ବେଳେ ୬୫ ପ୍ରତିଶତ ଟ୍ରକ ଚାଲିପାରି ନଥିଲା ।

ତେବେ ଶେଷଥର ୨୦୦୮ରେ ଭଡ଼ା ଧାର୍ଯ୍ୟ ହୋଇଥିଲା । ୧୩ଟି ପାରା ମିଟର ନେଇ ଭଡା ଧାର୍ଯ୍ୟ ହୋଇଥାଏ । ଏବଂ ସେମାନେ ଦାବି କରିଛନ୍ତି ଯେ, ସରକାର ସର୍ବନିମ୍ନ ଓ ସର୍ବାଧିକ ଭଡା ଧାର୍ଯ୍ୟ କରନ୍ତୁ ।  ୨୦୧୭ରେ ବୈଷୟିକ କମିଟି ଭଡା ବଢିବା ନେଇ ସୁପାରିଶ କରିଥିଲା । କିନ୍ତୁ ସରକାର ଏହାକୁ କାର୍ଯ୍ୟକାରୀ ନ କରିବାରୁ ସେମାନେ ହାଇକୋର୍ଟ ଯାଇଥିଲେ । ଏବଂ କୋର୍ଟ ମଧ୍ୟ ବର୍ଦ୍ଧିତ ଭଡା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ସରକାର ତାହାକୁ ଲାଗୁ ନ କରିବାରୁ କୋର୍ଟ ଅବମାନନା ମାମଲା କରାଯାଇଥିଲା । ମନ୍ତ୍ରୀ ଯଦି ଏନେଇ ଦୃଷ୍ଟି ଦିଅନ୍ତି ତେବେ ଶୀଘ୍ର ନିଷ୍ପତ୍ତି ନିଆଯାଇ ପାରିବ ବୋଲି ରାଜ୍ୟ ଟ୍ରକ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।

ସେପଟେ ଟ୍ରକ ମାଲିକ ସଂଘର ଦାବି ନେଇ ବିଚାର କରୁଛୁ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଟାକ୍ସ ଛାଡ଼ ନେଇ ନିଷ୍ପତ୍ତି ହୋଇନି । ସେ କହିଥିଲେ ଯେ, ବସ ବନ୍ଦ ଥିଲା କିନ୍ତୁ ଟ୍ରକ ଚାଲୁଥିଲା, ମାଲ ପରିବହନ ହେଉଥିଲା। ବର୍ଦ୍ଧିତ ଭଡା ନେଇ କୋର୍ଟଙ୍କ ରାୟ ଉପରେ ବି ତର୍ଜମା ହେଉଛି। ଶୀଘ୍ର ନିଷ୍ପତ୍ତି ନିଆଯିବ।

Leave a Reply