ପୋଲିସ ବାହାନାରେ ବଡ଼ବାବୁ ଡାକୁଛନ୍ତି କହି NHରୁ ଲୁଟିନେଲେ ଟ୍ରକ୍‌

1 min read

ଖୋର୍ଦ୍ଧା: NH  ରେ ପୁଣି ମାତିଲେ ଲୁଟେରା। ବାରମ୍ବାର ହେଉଛି ଲୁଟ। ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଚ। ପୋଲିସ୍ର ପରିଚୟ ଦେଇ ଲୁହା ପଥର ବୋଝେଇ  ଟ୍ରକ୍  କଲେ ଲୁଟ୍। ଲୁଟ୍ ହୋଇଛି  ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ରାଇସ୍ ମିଲ ନିକଟରୁ। ପ୍ରଥମେ ଗାଡ଼ିରେ ବସାଇଲେ ପରେ ମାଡ଼ ମାରି ଲୁଟିନେଲେ ଟ୍ରକ୍‌। ପୋଲିସ ପାଖରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଲୁହା ପଥର ବୋଝେଇ ଟ୍ରକ୍  କେଉଁଝର କୋଇଡ଼ାରୁ  ବ୍ରହ୍ମପୁର  ଗୋପାଳପୁର ଯାଉଥିଲା। ଟ୍ରକ୍ ଚାଳକ  ଗତ କାଲି ରାତିରେ  ଟ୍ରକ୍  ରଖି  ବିଶ୍ରାମ ନେଉଥିବା ବେଳେ  ଏକ ବୋଲେରୋ ରେ ଆସିଥିଲେ  ୫  ଦୂର୍ବୁର୍ତ। ବଡ ବାବୁ ଡାକୁଛନ୍ତି ଥାନାକୁ ଆସ କହି ଟ୍ରକ୍ ଚାଳକକୁ ବୋଲେରୋରେ ବସାଇ ନେଇଯାଇଥିଲେ ।

ଏହା ପରେ ଲୁଟେରା  ମାଡ ମାରି ବୋଲେରୋ ରୁ ଠେଲି ଦେଇଥିଲେ ଟ୍ରକ୍ ଚାଳକଙ୍କୁ। ଏହା ପରେ ଟ୍ରକ୍ ସହ ଟଙ୍କା ପଇସା ଗାଡି କାଗଜ ପତ୍ର ସବୁ ଲୁଟି ନେଇଯାଇଥିଲେ। ଟାଙ୍ଗୀ ଥାନାରେ ଚାଳକଙ୍କ ଏତଲା ପରେ  ଟାଙ୍ଗୀ   ପୋଲିସ୍  ବିଭିନ୍ନ ସ୍ଥାନ ରେ  ଆରମ୍ଭ କରିଛି ଚଢାଉ। ଜାତୀୟ ରାଜପଥରେ  ବାରମ୍ବାର    ଡକାୟତି ଯୋଗୁଁ ଗାଡି ଚାଳକ ମାନେ ଆତଙ୍କିତ ହେଉଥିବା ଜଣା ପଡିଛି।

Leave a Reply