୧୦୮ ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା, ରୋଗୀଙ୍କ ସମେତ ୨ ମୃତ

ଯାଜପୁର: ଦେହ ଖରାପ ଥିଲା, ଭଲ କରିବାକୁ ମେଡିକାଲ ଯାଉଥିଲେ । ହେଲେ, ଅଧା ରାସ୍ତାରେ ଡାକିନେଲା ମୃତ୍ୟୁ । ମେଡିକାଲ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ । ଦୁର୍ଘଟଣାରେ ରୋଗୀଙ୍କ ସହ ଆଉ ଜଣଙ୍କ ମୃତ୍ୟୁ ହୋଇଛି ।

ଭଦ୍ରକ ଜିଲ୍ଲା ଚିକିତ୍ସାଳୟରୁ ୧୦୮ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ସମ୍ପର୍କୀୟ କଟକ ନେଇ ଯାଉଥିଲେ । ପାଣିକୋଇଲି ଥାନା ବ୍ରଜନଗର ନିକଟରେ ଆମ୍ବୁଲାନ୍ସ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା ।ଦୁର୍ଘଟଣାରେ ରୋଗୀଙ୍କ ସମେତ ୨ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

Leave a Reply