ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ, ରାସ୍ତା କଡରେ ଅଟକି ରହିଛି ହଜାର ହଜାର ଟ୍ରକ
ଭୁବନେଶ୍ବର: ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ । ରାସ୍ତା କଡରେ ଅଟକି ରହିଛି ଟ୍ରକ । ଦୋକାନରେ ପହଞ୍ଚି ପାରୁନି ନିତ୍ୟବ୍ୟବହାର୍ଯ୍ୟ ଜିନିଷ । ସୁନ୍ଦରଗଡ ଓ ରାଉରକେଲାରେ ଷ୍ଟ୍ରାଇକ ଯୋଗୁ ହନ୍ତସନ୍ତ ହୋଇଛନ୍ତି ଖାଉଟି । ପଟ୍ରୋଲ ପମ୍ପରେ ତେଲ ପହଞ୍ଚି ପାରିନଥିବାରୁ ତେଲ ପାଇଁ ହିନସ୍ତା ହୋଇଛନ୍ତି ଲୋକ । ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ନହେଲେ ଆଗକୁ ଚକାଜାମ ଆନ୍ଦୋଳନର ଧମକ ଦେଇଛି ମହାସଂଘ।
ଗଡୁନି ଚକା । ଅଟକି ରହିଛି ଟ୍ରକ ଓ ଟ୍ୟାଙ୍କର । ଠିକଣା ସ୍ଥଳରେ ପହଞ୍ଚିପାରିଲାନି ନିତ୍ୟବ୍ୟବହାର୍ଯ୍ୟ ଜିନିଷ । ହନ୍ତସନ ଖାଉଟି । କେନ୍ଦ୍ରର ହିଟ ଆଣ୍ଡ ରନ୍ ଆଇନକୁ ଦେଶବ୍ୟାପୀ ବିରୋଧ । ଓଡ଼ିଶାରେ ବି ପଡିଛି ଟ୍ରକ, ଟ୍ୟାଙ୍କର ଡ୍ରାଇଭର ଆନ୍ଦୋଳନର ପ୍ରଭାବ । ସୁନ୍ଦରଗଡ଼ରେ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଚନ୍ତି ଡ୍ରାଇଭର । ରାସ୍ତାରେ ଅଟକି ରହିଛି ଶହଶହ ଗାଡି । ନୂଆ ଆଇନକୁ ବିରୋଧ କରୁଛନ୍ତି ଡ୍ରାଇଭର । ଗରିବ ଡ୍ରାଇଭର ଉପରେ କେନ୍ଦ୍ର ସରକାର ଆହୁରି ବୋଝ ଲଦିଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସୁନ୍ଦରଗଡର ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ମଧ୍ୟ ଏହି ଆଇନକୁ ବିରୋଧ କରି ଶହ ଶହ ଟ୍ରକ ଡ୍ରାଇଭର ରାସ୍ତାକୁ ଓହ୍ଲାଇଛନ୍ତି । ରାଉରକେଲାର ବେଦବ୍ୟାସ ନିକଟରେ ଜାତୀୟ ରାଜପଥ କଡରେ ମଧ୍ୟ ଚକାଜାମ ଦେଖବାକୁ ମିଳିଛି । ଅଟକି ରହିଛି ଶହ ଶହ ଟ୍ରକ ।
ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୪ (ଏ) ଦଣ୍ଡାଦେଶକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ତେଜୁଛି ଆନ୍ଦୋଳନ । ବୁଧବାର ଦିଲ୍ଲୀରେ ଛଅଟି ଫେଡେରେସନର ବୈଠକ ବସିବ । ବୈଠକ ପରେ କେନ୍ଦ୍ର ସରକାରଙ୍କୁ ଦିଆଯିବ ଦାବିପତ୍ର । ଏହି ଆଇନ ପ୍ରତ୍ୟାହାର ନହେଲେ ବ୍ୟାପକ ହେବ ଆନ୍ଦୋଳନ ।