ରୋଷେଇ ବେଳେ ଷ୍ଟୋଭ୍ ନିଆଁରେ ଜଳିଗଲା ଟ୍ରକ୍

ପାରାଦୀପ: ଟ୍ରକରେ ରୋଷେଇ କରିବା ପଡ଼ିଲା ମହଙ୍ଗା । ଷ୍ଟୋଭରୁ ନିଆଁ ଲାଗି ଜଳିଗଲା ଟ୍ରକ୍ । ପାରାଦୀପ ଗଡ଼ ହାତୀକଣ୍ଟା ନିକଟରେ ଘଟିଛି ଏଭଳି ଅଘଟଣ । ଟ୍ରକଟି ଆଇରନ୍ ବୋଝେଇ କରି ପାରାଦୀପ ବନ୍ଦରକୁ ଯିବା ପାଇଁ ଲାଇନରେ ଛିଡ଼ା ହୋଇଥିଲା । ଏହି ସମୟରେ ଡ୍ରାଇଭର ଓ ହେଲପର କ୍ୟାବିନ୍ ଭିତରେ ଷ୍ଟୋଭରେ ରୋଷେଇ କରୁଥିଲେ ।
ହେଲେ ଅସାବଧନତା ଯୋଗୁ ଷ୍ଟୋଭରୁ ନିଆଁ ଲାଗି ଟ୍ରକଟି ଜଳି ଯାଇଛି । ଗାଡ଼ିର ଆଗ କେବିନ୍ ସମ୍ପୂର୍ଣ୍ଣ ଜଳି ଯିବା ସହିତ ଇଞ୍ଜିନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ଘଟଣାସ୍ଥଳରେ ପାରାଦୀପ ଲକ୍ ଥାନା ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି ।