ଘାଟିରେ ଦୁର୍ଘଟଣା; ଆମ୍ବୁଲାନ୍ସ ଉପରେ ଚଢ଼ିଗଲା ଟ୍ରକ୍, ରୋଗୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭୟଙ୍କର ଦୁର୍ଘଟଣା ଘଟିଛି । ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଉପରେ ଚଢ଼ି ଯାଇଛି ଟ୍ରକ୍ । ଏଥିରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ୧୦୮ ଆମ୍ବୁଲାନ୍ସ ରୋଗୀ ଓ ସମ୍ପର୍କୀୟଙ୍କୁ ନେଇ ରାଇରଙ୍ଗପୁର ଚିକିତ୍ସାଳୟରୁ ବାରିପଦା ପିଆରଏମ୍ ମେଡିକାଲ୍ ଯାଉଥିଲା ।
ଓଡି ୦୨ ବିଜେ ୯୭୩୯ ନମ୍ବର ବିଶିଷ୍ଟ ଆମ୍ବୁଲାନ୍ସଟି ଉପରେ ବାଙ୍ଗିରିପୋଷି ଘାଟିରେ ଟ୍ରକ୍ ଚଢ଼ି ଯାଇଛି । ଏଥିରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ସମ୍ପର୍କୀୟମାନଙ୍କୁ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି ।