ଗଛରେ ପିଟି ହୋଇ ଓଲଟିଲା ଟ୍ରକ୍, ୨ ମୃତ, ୩ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ଧାରୀ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମରୋଡ଼ା ବ୍ଲକରୁ ଶୁଳିଆପଦା ବ୍ଲକ ପଟକୁ ଯାଉଥିବା ଏକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି କିଛି ଲୋକଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
୨ ଜଣ ମୃତକ ମୋରଡ଼ା ଅଞ୍ଚଳର ଛେଲା ମହାକୁଡ଼ ଓ ଧାନଶୁଳାର କାଳିଆ ମହାନ୍ତି । ୩ ଜଣ ଗୁରୁତରଙ୍କୁ ନିକଟସ୍ଥ ମୋରଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଡାଲାରେ କିଛି ଲୋକ ବସି ଯାଉଥିବା ନେଇ ଅନୁମାନ କରାଯାଉଛି । ଏନେଇ କିଛି ସ୍ପଷ୍ଟ ହୋଇନାହିଁ ।