ମାଡ଼ିଗଲା କୋଇଲା ବୋଝେଇ ଟ୍ରକ, ୫ବର୍ଷର ଶିଶୁର ମୃତ୍ୟୁ

ଝାରସୁଗୁଡା: ହଠାତ ମାଡ଼ି ଆସିଲା ମୃତ୍ୟୁ । କେହି କିଛି ବୁଝିବା ପୂର୍ବରୁ କାଳରୂପୀ ମୃତ୍ୟୁ କାଳର ଜାଲ ବିଛାଇଦେଲା । ନିଷ୍ପାପ ଶିଶୁର ମୃତ୍ୟୁ ଘଟାଇଲା । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଛାତ୍ରୀଆକଣ୍ଟା ଠାରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ 5 ବର୍ଷର ଝିଅର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ନାବାଳିକା ଓ ବାଇକ ଆରୋହୀ ଆହତ ହୋଇଛନ୍ତି ।
ସେପଟେ ଏଭଳି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକ ପୋଡି ଦେଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ରାସ୍ତା ଅବରୋଧ କରିଛନ୍ତି । ମୃତକ ହେଲେ ତୃଷା ଓରାମ । ଆହତ ହେଲେ ତନୁସୃ ଓରାମ ଓ ବବ୍ଲୁ ଓରାମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।