ଓଲଟି ପଡିଲା ଛେଳି ବୋଝେଇ ଟ୍ରକ, ଆଖିବୁଜି ନେଇଗଲେ ଲୋକେ

ଭଦ୍ରକ: ଓଲଟି ପଡିଲା ଛେଳି ବୋଝେଇ ଟ୍ରକ । ଦୁର୍ଘଟଣାର ସୁଯୋଗ ନେଇ ଶତାଧିକ ଛେଳିଙ୍କୁ ନେଇଗଲେ ଚୋର । ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରୁ ଆସିଛି ଏହି ଅଭିଯୋଗ । ଭଣ୍ଡାରିପୋଖରୀ ଆସାମ ପେଟ୍ରୋଲ ପମ୍ପ ସମ୍ମୁଖରେ ତିନିଶହରୁ ଅଧିକ ଛେଳି ନେଇଯାଉଥିବା ଟ୍ରକ  ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ୫ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛେଳି ଆହତ ହୋଇଥିଲେ ।

ସେପଟେ ଦୁର୍ଘଟଣାରେ ଆହତ ଟ୍ରକ ଡ୍ରାଇଭର, ହେଲପର ସମେତ 4ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଆହତ ଓ ମୃତ ଛେଳିକୁ ଛାଡି ଅନ୍ୟ ୧୦୦ରୁ ଅଧିକ ଛେଳି ଗାୟବ ହୋଇଯାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଲୋକେ ଛେଳି ନେଇଯାଇଥିବା ଅଭିଯୋଗ ହୋଇଛି । ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ହଟାଇବା ସହ ତଦନ୍ତ ଆରମ୍ଭ କରିଛି ।