spot_img

Latest Posts

ଭଲ ବର୍ଷା ହେବା ପାଇଁ ଡ଼ଙ୍ଗର ବୁଢାକୁ ପୂଜା କଲେ ଆଦିବାସୀ ସମ୍ପ୍ରଦାୟର ଲୋକେ

ବଲାଙ୍ଗୀର: କେତେବେଳେ ପାହାଡ଼ ପର୍ବତ କୁ ନେଇ ପୂଜା ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶ କୁ ନେଇ। ପୁଣି କେତେବେଳେ ଗଛଳତା ପାଣି ପବନ କୁ ନେଇ ପୂଜାର୍ଚନା ଆମେ ଦେଖିବାକୁ ପାଇଛେ। ଓଡ଼ିଶାର କୋଣ ଅନୁକୋଣ ପାରମ୍ପରିକ ମହକରେ ମହକି ଉଠେ। ପିଚୁ କଂକ୍ରିର ଜଙ୍ଗଲରୁ ବଣ ପାହାଡ଼ ଘେରା ଜଙ୍ଗଲକୁ ଚାଲି ଗଲେ ଏମିତି କିଛି ପରମ୍ପରା ଦେଖିବାକୁ ମିଳିଥାଏ ଯେଉଁଠି ପଠରେ ଥିବା ଭଗବାନଙ୍କୁ ନୁହେଁ ପ୍ରକୃତିର ଭଗବାନଙ୍କୁ ପୂଜା କରାଯାଏ। ଆଦିବାସୀଙ୍କ ରୀତିନୀତି ସମ୍ପୂର୍ଣ୍ଣ ଅଲଗା ।

ବାଜୁଛି ଢୋଲ, ନିଶାନ, ତାଷା। ଆଉ ମୁହୁରୀର ପଞ୍ଚବାଦ୍ୟର ତାଳରେ ଗାଁ ଦାଣ୍ଡରେ ଖଣ୍ଡା, ତଳବାର, ଧନୁ ତୀର ଧରି ଚାଲିଛି ନାଚ ଗୀତ। ବେଶ ଧୁମଧାମରେ ବାଦ୍ୟର ତାଳେ ତାଳେ ନାଚି ଜଙ୍ଗଲ ଆଡ଼କୁ ମୁହାଁଇଛନ୍ତି ଡଙ୍ଗରିଆ ଆଦିବାସୀ। ଏ ଦୃଶ୍ୟ ହେଉଛି ବଲାଙ୍ଗିର ଜିଲା ଟିଟିଲାଗଡ଼ ନିକଟରେ ଥିବା ଶଗଡ଼ଘାଟ ଗ୍ରାମ ପଂଚାୟତର। ବର୍ଷାର ଅଭାବ ହେଲେ ଏହି ପୂଜା କରିଥାନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ। ନାଚ ଗୀତ ପରେ ୪ କିଲୋମିଟର ପାହାଡ଼ ଉପରୁ ଯାଇ ସେଠାରେ ଡଙ୍ଗର ବୁଢ଼ାକୁ ପୂଜା ସାରିବା ପରେ ଛେଳୀର ବଳି ପକାଇଥାନ୍ତି ଆଦିବାସୀ ଲୋକେ। ଏମାନଙ୍କ ବିଶ୍ୱାସ ଯେ ଡ଼ଙ୍ଗର ବୁଢା କୁ ପୂଜା କଲେ ଭଲ ବର୍ଷା ହୁଏ ଏବଂ ଭଲ ଫସଲ ମଧ୍ୟ ହୁଏ।

ତେବେ ବଲାଙ୍ଗିର ଜିଲା ଟିଟଲାଗଡ଼ରେ ଏଥର କମ୍‌ ବର୍ଷା ହୋଇଛି। କମ୍‌ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଫସଲ ଉପରେ ବହୁଳ ମାତ୍ରାରେ ପ୍ରଭାବ ପଡ଼ିଛି। ତେବେ ଆଗକୁ ଭଲ ବର୍ଷା ହେବା ପାଇଁ ଏମିତି ପୂଜା କରିଛନ୍ତି ଆଦିବାସୀ ଲୋକେ।

Latest Posts

Don't Miss