spot_img

Latest Posts

ଭୁବନେଶ୍ବର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ, ୩ ମହଲା କୋଠାରେ ଲାଗିଲା ନିଆଁ

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ। ଭୋରରୁ ୩ ମହଲା କୋଠାରେ ଲାଗିଲା ନିଆଁ। ଏମ୍ବାସୀ ବାର ମାଲିକଙ୍କ ଘରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ହଠାତ ନିଆଁ ଦେଖି ଘର ମାଲିକଙ୍କ ସ୍ତ୍ରୀ ଓ ପିଲା ବାଥରୁମରେ ପଶିଯାଇଥିଲେ। ସାଓ୍ବାର ଖୋଲି ଦୀର୍ଘ ସମୟ ପର୍ଯ୍ୟନ୍ତ ବାଥରୁମ ଭିତରେ ରହିଥିଲେ।

ଘର ମାଲିକ କୁନାଲ ଗୋସ୍ବାମୀ ଭୟରେ ତିନି ମହଲା ଉପରୁ ଡେଇଁ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଥରୁମରେ ପଶିଥିବା ସ୍ତ୍ରୀ ଓ ପିଲାଙ୍କୁ ଲାଡର ସାହାର୍ଯ୍ୟରେ ଉଦ୍ଧାର କରି ଅଗ୍ନିଶମ ବାହିନୀ। କେୟାର ଟେକରକୁ ଉଦ୍ଧାର କରିବା ସମୟରେ କିଛି ଅଗ୍ନିଶମ କର୍ମଚାରୀ ବି ଆହତ ହୋଇଥିବା ସୂଚନା ମିଳିଛି ।

Latest Posts

Don't Miss