spot_img

Latest Posts

ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ମମତା ବାନାର୍ଜୀ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ। ଦଳ କହିଛି ଓଡ଼ିଶାରେ ଏହିପରି ଘଟଣା ବାରମ୍ବାର ଘଟିଚାଲିଛି। ବାଲେଶ୍ବରର ଏକ କଲେଜରେ ବିଭାଗୀୟ ମୁଖ୍ୟ ଜଣେ ଛାତ୍ରୀଙ୍କ ଠାରୁ ଯୌନଗତ କୁତ୍ସିତ ଆଶା କରିବା ସହ ତାଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଧମକ ଦେଇଥିଲେ। ଛାତ୍ରୀଜଣକ ଏହି ଘଟଣାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡିଯାଇଛି। ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଯାଇଛି। ଏହି ସ୍ପର୍ଶକାତର ଘଟଣାରେ ମୋହନ ଚରଣ ମାଝୀ ନୀରବ ରହିବା ଅତ୍ୟନ୍ତ ଚିନ୍ତାଜନକ। ଏହି ଘଟଣା କେନ୍ଦ୍ରର ବେଟି ବଚାଓ, ବେଟି ପଢାଓ ସ୍ଲୋଗାନ ଯେ ଏକ ଫାର୍ସ-ତାହା ପ୍ରମାଣିତ କରୁଛି ।

Latest Posts

Don't Miss