spot_img

Latest Posts

ନକଲି ଟିକା ନେଇ ସାଂସଦ ଅସୁସ୍ଥ, ଜାରି ରହିଛି ଚିକିତ୍ସା

କୋଲକାତା: ଜାଲ୍ ଟିକା ନେବାର ୪ ଦିନ ପରେ ଅସୁସ୍ଥ ହୋଇଛନ୍ତି ଟିଏମସି ଏମପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ । ଆଜି ସକାଳ ନିଜ ବାସଭବନରେ ମିମି ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ଲାଗି ପରିବାର ପକ୍ଷରୁ ତାଙ୍କ ଫ୍ୟାମିଲି ଡାକ୍ତରଙ୍କୁ ଡକାଯାଇଥିଲା । ପିତ୍ତକୋଷ ଓ ଯକୃତ ରୋଗରେ ପୀଡିତ ମିମି ହଠାତ୍ ଡିହାଇଡ୍ରେସନରେ ପଡିଥିଲେ । ତାଙ୍କର ରକ୍ତଚାପ ହ୍ରାସ ପାଇବା ସହ ଅନ୍ୟାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମିମିଙ୍କ ଅବସ୍ଥା ବର୍ତ୍ତମାନ ଭଲ ରହିଛି ।

୪ ଦିନ ତଳେ ତ୍ରୁଣମୂଳ କଂଗ୍ରେସ ସାଂସଦ ମିମି କୋଲକାତାରେ ଚାଲିଥିବା ନକଲି ଟିକାକରଣର ପର୍ଦ୍ଦାଫାଶ କରିଥିଲେ। ସେ ନିଜେ ଏହି ନକଲି ଟିକାର ଶିକାର ହୋଇଥିବା ନେଇ ମଧ୍ୟ ଦାବି କରିଥିଲେ। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେ ଏନେଇ ସୂଚନା ଦେଇଥିଲେ। ମିମି କହିଥିଲେ ଯେ, ଟିକାକରଣ କ୍ୟାମ୍ପ ଗୁଡିକରେ ବ୍ୟବହାର ହୋଇଥିବା ଟିକାର ଶିଶିଗୁଡିକୁ ପରୀକ୍ଷା ପାଇଁ ପଠାଯାଇଛି। ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ଏହି ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇଥିଲେ ବୋଲି ସାଂସଦ କହିଛନ୍ତି।

Latest Posts

Don't Miss