ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ

1 min read

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂଣ୍ୟ ତିଥି । ଏ ଅବସରରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିସ୍ଥଳ ସଦୈବ ଅଟଳକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଲୋକସଭା ବାଚସ୍ପତି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ଅଧ୍ୟକ୍ଷ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୨୦୧୮ ମସିହାରେ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ ଲେଖିଛନ୍ତି ଯେ ଦେଶର ଅଗ୍ରଗତି ଦିଗରେ ଅଟଳ ବିହାରୀ ବାଜପେୟୀଙ୍କ ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ସେହିଭଳି ବାଜପେୟୀଙ୍କୁ ସ୍ମରଣ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ‘ମୁଁ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀରେ ଅଭିବାଦନ ଜଣାଉଛି । ଭାରତର ବିକାଶ ତଥା ସାଧାରଣ ଲୋକଙ୍କ ପାଇଁ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ଭାରତ ପାଇଁ ତାଙ୍କର ଧାରଣା ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ ।

ଆପଣଙ୍କୁ କହିରଖୁଯେ, ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ୨୦୧୮ରେ, ଦିଲ୍ଲୀର AIIMS ରେ ଦୀର୍ଘ ଦିନ ଅସୁସ୍ଥ ହେବା ପରେ ବାଜପେୟୀ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ ।

Leave a Reply