ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ
1 min readନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂଣ୍ୟ ତିଥି । ଏ ଅବସରରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିସ୍ଥଳ ସଦୈବ ଅଟଳକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଲୋକସଭା ବାଚସ୍ପତି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ଅଧ୍ୟକ୍ଷ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୨୦୧୮ ମସିହାରେ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା ।
Tributes to beloved Atal Ji on his Punya Tithi. India will always remember his outstanding service and efforts towards our nation’s progress. pic.twitter.com/ZF0H3vEPVd
— Narendra Modi (@narendramodi) August 16, 2020
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ ଲେଖିଛନ୍ତି ଯେ ଦେଶର ଅଗ୍ରଗତି ଦିଗରେ ଅଟଳ ବିହାରୀ ବାଜପେୟୀଙ୍କ ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ସେହିଭଳି ବାଜପେୟୀଙ୍କୁ ସ୍ମରଣ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ‘ମୁଁ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀରେ ଅଭିବାଦନ ଜଣାଉଛି । ଭାରତର ବିକାଶ ତଥା ସାଧାରଣ ଲୋକଙ୍କ ପାଇଁ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ଭାରତ ପାଇଁ ତାଙ୍କର ଧାରଣା ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ ।
I bow to former Prime Minister of India, Atal Bihari Vajpayee ji on his punyatithi. His tremendous contribution towards pubic life and India’s development will always be cherished. His vision for India will continue to inspire coming generations.
— Rajnath Singh (मोदी का परिवार) (@rajnathsingh) August 16, 2020
ଆପଣଙ୍କୁ କହିରଖୁଯେ, ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ୨୦୧୮ରେ, ଦିଲ୍ଲୀର AIIMS ରେ ଦୀର୍ଘ ଦିନ ଅସୁସ୍ଥ ହେବା ପରେ ବାଜପେୟୀ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ ।