spot_img

Latest Posts

ରାକ୍ଷୀ ପୂର୍ଣ୍ଣିମା ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଯାଜପୁର: ଯାଜପୁର ଜିଲ୍ଲା ବରୀର କଳାମାଟିଆଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି। ରାକ୍ଷୀ ପୂର୍ଣ୍ଣିମା ଅବସରରେ କଳାମାଟିଆଠାରେ ଥିବା ସହିଦ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଲୋକେ । ୧୯୪୨ ଅଗଷ୍ଟ ୨୬ ତାରିଖ ଗହ୍ମା ପୁର୍ଣ୍ଣମୀ ଦିନ ରକ୍ତରଞ୍ଜିତ ହୋଇଥିଲେ ଏହି ଭୂମି । ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ ନାମକ ୪ ସ୍ୱାଧୀନତା ସଂଗ୍ରାମୀ।

ଏଥିସହ ସ୍ୱାଧୀନତା ସଂଗ୍ରମରେ ଝାସ ଦେଇ ବହୁ ଆନ୍ଦୋଳନକାରୀ ଆହତ ହେବା ସହ ଗିରଫ ହୋଇଥିଲେ। ତାଙ୍କର ତ୍ୟାଗ, ବଳିଦାନ ଓ ଦେଶପ୍ରେମକୁ ମନେରଖିବା ପାଇଁ ସ୍ଥାପନ କରାଯାଇଛି ସହିଦ ସ୍ମୃତିସ୍ତମ୍ଭ। ପ୍ରତିବର୍ଷ ଗହ୍ମା ପୂର୍ଣ୍ଣମୀର ଦିନକୁ ଗୁଳିକାଣ୍ଡର ସ୍ମାରକୀ ଦିବସ ଭାବେ ଏଠାରେ ପାଳନ ହୋଇଆସୁଛି । ଦୁଇବର୍ଷ ତଳେ ଭୁବନେଶ୍ୱର ସହିଦ ସ୍ମୃତିସ୍ତମ୍ଭ ପାଇଁ ଏଠାରୁ ଯାଇଥିଲା ପବିତ୍ର ମାଟି। ଏବେ ଏହି ସ୍ଥାନର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟୟବରାଦ ହୋଇଛି। ଏହି ପୀଠକୁ ଜାତୀୟ ସ୍ମାରକୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Latest Posts

Don't Miss