spot_img

Latest Posts

ପ୍ରଫେସର ପଦ୍ମଶ୍ରୀ ରାଧାମୋହନଙ୍କୁ ଶ୍ରଦ୍ଧାଞ୍ଜଳୀ, ଭର୍ଚୁଆଲ ସ୍ମୃତିଚାରଣ

ଭୁବନେଶ୍ୱର:ପଦ୍ମଶ୍ରୀ ତଥା ପରିବେଶବିତ ରାଧାମୋହନଙ୍କ ପରଲୋକରେ ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବର ଠାରେ ସ୍ମୃତି ସଭା କରାଯାଇଛି  । ପ୍ରଫେସର ପଦ୍ମଶ୍ରୀ ରାଧାମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ  ସୁବାଷ ସିଂ, ସମାଜସେବୀ ପ୍ରହଲାଦ ସିଂ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଯୋଗଦେଇଥିଲେ  ।

ସେହିପରି ନୀଳୟକାନ୍ତ ମହାପାତ୍ର, ଜାତୀୟ ଚେତନର ସଂପାଦକ ତପନ ବିହାରୀଭଞ୍ଜ, ସମାଜସେବୀ ଅରୁନ୍ଧତୀ ନାୟକ, ରାଜ୍ୟ ଖଦୀନିଗନ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ପଦ୍ମଶ୍ରୀ ରାଧାମୋହନଙ୍କ ସୁକନ୍ୟା ପୁଷ୍ପଭାରତୀ, ଅଧ୍ୟାପକ ଅଭିରାମ ବିଶ୍ବାଳ, ସାହିତ୍ୟିକ ବିଜୟ ନାୟକଙ୍କ ସମେତ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ରାଧାମୋହନଙ୍କ ସହ ପରିଚିତ ତଥା ଅପରିଚିତ ବ୍ୟକ୍ତିବିଶେଷ ଯୋଗଦାନ କରି ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପଦ୍ମଶ୍ରୀ ରାଧାମୋହନ ସେବା ଓ ସାଧନାର ଜଣେ ଅସାଧାରଣ ଗାନ୍ଧୀପ୍ରାଣ ସରଳ ଉଦଯୋଗୀ ପୁରୁଷ ଥିଲେ । ପ୍ରକୃତି ପରିବେଶ ଓ ବସ୍ତୁନିଷ୍ଠ ବିକାଶ ନିମନ୍ତେ ସମର୍ପିତ ଥିଲେ ତାଙ୍କ ସମଗ୍ର ଜୀବନ ।

Latest Posts

Don't Miss