spot_img

Latest Posts

ଏବେର ସରକାର ଯୋଗୁଁ ଭୟ ଓ ଆଶଙ୍କାରେ ରହିଛନ୍ତି ଆଦିବାସୀ: ବିଜେଡି

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ସମୟରେ ଆଦିବାସୀ ବିକାଶ ହୋଇଛି। ହେଲେ ଏବେର ସରକାର ଯୋଗୁଁ ଭୟ ଓ ଆଶଙ୍କାରେ ରହିଛନ୍ତି ଆଦିବାସୀ। ନବୀନ ସରକାକଙ୍କ ଅନେକ ଯୋଜନା ବନ୍ଦ କରାଯାଇଛି। ତେଣୁ ବିକାଶ ଏବେ ସ୍ୱପ୍ନ ହୋଇଛି ବୋଲି ଅଭିଯୋଗ କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି- ସବୁ ଜିଲ୍ଲାରେ ଆଦିବାସୀ ଆନ୍ଦୋଳନ କରୁଛନ୍ତି ଜଙ୍ଗଲ ଜମି ଆଇନ ପାଇଁ। ହେଲେ ସରକାର ଶୁଣୁନାହାନ୍ତି।

ପଶ୍ଚିମ ଓଡ଼ିଶାରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ରହିଛନ୍ତି। ହେଲେ ୧୮ ପ୍ରତିଶତ ଜିଏସଟି ଛାଡ ହେଲାନି। SDC ଜରିଆରେ ଅନୁଦାନ ଦେଇ କଳା ସଂସ୍କୃତି ବିକାଶ କରାଯାଉଥିଲା। ମାତ୍ର ତାହା ବନ୍ଦ ହୋଇଛି। ରାଜ୍ଯ ସରକାର ଆଦିବାସୀଙ୍କ ବିକାଶ ଚାହୁଁନାହାନ୍ତି। ୧୩୫ ବର୍ଗ ଏବେ ବି ଆଦିବାସୀ ମାନ୍ୟତା ଅପେକ୍ଷାରେ ଅଛନ୍ତି।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବି ଆଦିବାସୀଙ୍କୁ ପାତର ଅନ୍ତର କରାଯାଇଛଇ। ଏ ଯାଏଁ ଆଦିବାସୀ ଜନଗଣନା ହୋଇନାହିଁ। ୧୦୦ ଦିନରେ କେବଳ ରଙ୍ଗ ବଦଳାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି। ଓଡ଼ିଆ ଅସ୍ମିତା ନଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ସରକାର ମାଗଣା ବିଜୁଳି ଦେଲେନି। ସୁଭଦ୍ରା ଯୋଜନାରେ ବି ଟଙ୍କା ଠିକ ଭାବେ ମହିଳାଙ୍କୁ ମିଳୁନାହିଁ।

Latest Posts

Don't Miss