ଆଦିବାସୀ ମହିଳାଙ୍କ ସହ ବର୍ବରତା, ବେକରେ ଚପଲ ମାଳ ପକାଇ ଗାଁ ବୁଲାଇଲେ

ଭୋପାଳ: ମଧ୍ୟପ୍ରଦେଶ ଦୋବାସ ଜିଲ୍ଲାର ଉଦୟନଗର ଥାନା ଅନ୍ତର୍ଗତ ବୋରପଡାଭ ଗାଁରେ ଏକ ବର୍ବୋରଚିତ ଘଟଣା ସାମ୍ନାକୁ ଆସିଛି । ଜଣେ ଆଦିବାସୀ ମହିଳା ପ୍ରେମ କରିବାରୁ ତାଙ୍କୁ ତାଲିବାନୀ ଦଣ୍ଡ ସହ ଗାଁରେ ବୁଲାଇଛନ୍ତି ଗ୍ରାମବାସୀ  । ଗ୍ରାମବାସୀମାନେ ଜଣେ ମହିଳା ଏବଂ ତାଙ୍କ ତଥା କଥିତ ପ୍ରେମୀଙ୍କୁ ତାଲିବାନୀ ଦଣ୍ଡ ଦେଇଛନ୍ତି । ଗ୍ରାମବାସୀମାନେ ମହିଳାଙ୍କ ସ୍ୱାମୀକୁ ତାଙ୍କ କାନ୍ଧରେ ବସାଇ ଗାଁ ସାରା ବୁଲାଇଛନ୍ତି । ସେହିପରି ମହିଳା ଏବଂ ତାଙ୍କ କଥିତ ପ୍ରେମୀଙ୍କୁ ଯୋତା ଚପଲ ମାଳା ପକାଇଥିଲେ । ଉଭୟଙ୍କ ଚୁଟି ମଧ୍ୟ କାଟିଦେଇଥିଲେ ଗ୍ରାମବାସୀ । ପରେ ଗାଁ ସାରା ସେମାନଙ୍କୁ ବୁଲାଇଥିଲେ ।

ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି  । ଭିଡିଓରେ ଗ୍ରାମବାସୀମାନେ ମହିଳାଙ୍କୁ ନୃଶଂସ ଭାବେ ମାର ପିଟ କରୁଥିବାର ନଜର ଆସିଛନ୍ତି  । ଭିଡିଓ ଭାରାଇରାଲ୍ ହେବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତରେ ଲାଗିଛି  । ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଅନ୍ୟ ବ୍ୟକ୍ତିଙ୍କ ସହ ଘରୁ ଫେରାର ହେବା ପରେ ପୁଣିଥରେ ଗାଁକୁ ନିଜ କଥିତ ପ୍ରେମୀଙ୍କ ସହ ପହଞ୍ଚିଥିଲେ । ଯାହାପରେ ପରିବାର ଲୋକ ଏବଂ ଗାଁର ଲୋକମାନେ ମହିଳା ଏବଂ ତାଙ୍କ ପ୍ରେମୀଙ୍କୁ ମାରପିଟ କରିଥିଲେ  । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ ଗ୍ରାମବାସୀ ତାଲିବାନୀ ଦଣ୍ଡ ଦେଇଛନ୍ତି ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଯେତବେଳେ ଲୋକମାନେ ପ୍ରେମ ବିବାହ ପାଇଁ ଏପରି ଦଣ୍ଡ ଦେଇଛନ୍ତି  ।