ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ, ପ୍ରଶାସନ ନିକଟରେ ଫେରାଦ ହେଲେ ଆଦିବାସୀ

Tribal Peoples Of Keonjhar Alleged Conversion

କେନ୍ଦୁଝର: ନିରୀହତାର ସୁଯୋଗ ନେଇ ଆଦିବାସୀଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା । ଟଙ୍କାର ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ ପାଇଁ ପ୍ରୟାସ । ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ସାହାକରଡ଼ା ଅଞ୍ଚଳରେ ଆଦିବାସୀଙ୍କୁ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଶାନ୍ତାଳୀ ସମ୍ପ୍ରଦାୟର ଲୋକ । ଏନେଇ ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି ।

Tribal Peoples Of Keonjhar Alleged Conversion

ଅଭିଯୋଗ ଅନୁଯାୟୀ, ଗୋପୀନାଥପୁରରେ କିଛି ବାହାର ଲୋକ ଆସି ଆଦିବାସୀଙ୍କୁ ଟଙ୍କା ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରୁଛନ୍ତି । ଯାହାକୁ ନେଇ ଗାଁରେ କିଛି ଦିନ ହେବ ଅଶାନ୍ତି ଲାଗି ରହିଥିବା ବେଳେ ପରମ୍ପରା ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏହା ସହିତ ଧର୍ମ ପରିବର୍ତ୍ତନ ପାଇଁ ଗାଁକୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ଆଇନ୍ ଅନୁସାରେ ଦଣ୍ଡ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply