ନୃତ୍ୟ ଓ ଗୀତ ଗାଇ ଅଭିଯୋଗ କଲେ ଆଦିବାସୀ

ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଆରା ପ୍ରତିବାଦ । ନୃତ୍ୟ ଓ ଗୀତ ଗାଇ ଅଭିଯୋଗ ଜଣାଉଛନ୍ତି ଆଦିବାସୀ । ଆରଆଇ ମାନଙ୍କ ମିଛ ରିପୋର୍ଟ ପାଇଁ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି ଶବର ଜନଜାତି । ଯେଉଁଥି ପାଇଁ ନିଜ ହକ ପାଇଁ ଆଜି ଶତାଧିକ ଶବର ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀ ନୃତ୍ୟ କରି ଗିତ ଗାଇ ନିଆରା ଢଙ୍ଗରେ ପ୍ରତିବାଦ କରୁଛନ୍ତି ।
ସହରର ବାଜିଚୌକ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଆସି ଧାରଣାରେ ବସିଛନ୍ତି ସମସ୍ତେ । ଜମି ପଟ୍ଟାରେ ଶବର ବଦଳରେ ସଅର କିଭଳି ଲେଖାହେଲା ବୋଲି ପ୍ରଶ୍ନ କରିଛନ୍ତି । ପ୍ରଶାସନିକ ସ୍ତରରେ ଏଭଳି ତ୍ରୁଟିକୁ ନେଇ ପ୍ରଶ୍ନ କରିଛନ୍ତି ଏହି ଆଦିବାସୀ ସମ୍ପ୍ରଦାୟ ।