ସାରୁଅ ଜମି କେଳେଙ୍କାରୀ: ବୈଜୟନ୍ତ ପଣ୍ଡାଙ୍କୁ ଗିରଫ ଦାବିରେ ଲୋୟର ପିଏମ୍‌ଜିରେ ଆଦିବାସୀ ସଙ୍ଗଠନର ବିକ୍ଷୋଭ

1 min read

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ବିରୋଧରେ ବିକ୍ଷୋଭ । ରାଜଧାନୀ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆଦିବାସୀ ସଙ୍ଗଠନର ବିରୋଧ ପ୍ରଦର୍ଶନ । ନିରୀହ ଦଳିତ ଆଦିବାସୀଙ୍କ ସହ ବୈଜୟନ୍ତ ପଣ୍ଡା ବିଶ୍ୱାସ ଘାତକତା କରିଥିବା ଅଭିଯୋଗ କଲେ ବିକ୍ଷୋଭକାରୀ । ଆଦିବାସୀଙ୍କ ଜମି ଫେରାଇବା ଦାବିରେ ଆଦିବାସୀ ସଙ୍ଗଠନ ପକ୍ଷରୁ ପ୍ରତିବାଦ । ଆନ୍ଦୋଳନକାରୀମାନେ ବୈଜୟନ୍ତଙ୍କ ବିରୋଧରେ ନାରାବାଜି କରିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କୁ ଶୀଘ୍ର ଗିରଫ ଦାବି କରିଛି ଦଳିତ ଏବଂ ଆଦିବାସୀ ମହିଳା ମଞ୍ଚ । ସେପଟେ ଅଷ୍ଟମ ଦିନରେ ସାରୁଅ ଠିକା କମର୍ଚାରୀଙ୍କ ଧାରଣା । ୫ ଦଫା ଦାବିରେ ଅନ୍ଦୋଳନ ଜାରି ରଖିଛନ୍ତି ପୁରୁଷ ଓ ମହିଳା ଠିକା କର୍ମଚାରୀ । ଧାରଣା ରେ ବସିଥିବା୩୨ ଜଣ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି । ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ୟୁନିଟରେ କାର୍ଯ୍ୟରତ ଠିକା କର୍ମଚାଚାରୀଙ୍କୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟ ଧମକ ଦେଇଥିଲେ ।

ଏନେଇ ଦୁହିଁଙ୍କୁ ଅକ୍ଟୋବର ୩୧ ତାରିଖରେ ଗିରଫ କରାଯାଇଥିଲା  । ହେଲେ ଠିକା କର୍ମଚାଚାରୀ ଏବେବି ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି  । ସେପଟେ ରବି ସେଠିକୁ ଜମି ବିକିଥିବା ୨୨ ଜଣଙ୍କୁ କ୍ରାଇମବ୍ରାଞ୍ଚ EOW ନୋଟିସ । ଆସନ୍ତାକାଲି ସେମାନେ ଖୋର୍ଦ୍ଧା ଜିଲ୍ଲା ଜଜ କୋର୍ଟ ରେ ହାଜର ହୋଇ ପକ୍ଷ ରଖିବେ ।

Leave a Reply