ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ସାମଗ୍ରୀର ସମ୍ଭାର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହେଲା ଆଦିବାସୀ ମେଳା- ୨୦୨୦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ଆଦିବାସୀ ମେଳା ଫେବ୍ରୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ କରାଯାଇଛି ।
ଚଳିତବର୍ଷ ଆଦିବାସୀ ମେଳାରେ ମୋଟ ୨୬୨ଟି ଷ୍ଟଲ ନିର୍ମାଣ କରାଯାଇଛି । ବିଭିନ୍ନ ଜନଜାତିଙ୍କର ୨୪ ଗୋଟି ପାରମ୍ପରିକ ଗୃହ ଉପକରଣ, ଚଳଣୀ ଓ ପରମ୍ପରାର ଝଲକ ପ୍ରଦର୍ଶିତ ହୋଇଛି । ଆଦିବାସୀ ଚିତ୍ରକଳା ଓ କଳା ସାମଗ୍ରୀ, ହସ୍ତତନ୍ତ ଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ସ୍ୱତନ୍ତ୍ର ୪୨ ଗୋଟି ଷ୍ଟଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳା ଓ ହସ୍ତତନ୍ତ ମେଳା ବୁଲି ପରିଦର୍ଶନ କରିଛନ୍ତି ।